ତିନି ବଖରା ଗୁହାଳ ଘର ଜଳିଗଲା
ସାକ୍ଷୀଗୋପାଳ ---ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ପଞ୍ଚାୟତର ବାଣପୁର ଗ୍ରାମରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କର ତିନି ବଖରା ଗୁହାଳ ଘର ପୋଡି ପାଉଁଶ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଗୁହାଳ ଘରେ ଗୋରୁ ମାନଙ୍କୁ ମଶାଙ୍କ ଠାରୁ ରକ୍ଷା ପାଇଁ ଦିଆଯାଇଥିବା ଧୁଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ସତ୍ୟବାଦୀରୁ ଅଗ୍ନିଶମ ବିଭାଗ ଖବର ପାଇ ରୋହିତ କୁମାର ନାୟକ ସଦଳବଳେ ଦୁଇଟି ଗାଡି ନେଇ ନିଆଁକୁ ଆୟତ କରିଥିଲେ । ଅଗ୍ନିମାଣ୍ଡରେ ଗାଇ ଗୋରୁଙ୍କର କିଛି କ୍ଷତି ହୋଇନଥିଲେ ମଧ୍ୟ ବି ଘର ପୋଡି ପାଇଁଶ ହୋଇଯାଇଛି । ତୁରନ୍ତ ଅଗ୍ନିବିପନ୍ନ ପରିବାରଙ୍କୁ ସରାକରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି