Breaking News

ରାସ୍ତା ପାର ହୋଉଥିବା ସମୟରେ ମହିଳାଙ୍କୁ ପିଟିଲା କାର

ଅତାବିରା---- ବରଗଡ ଜିଲ୍ଲାର ୫୩ନଂ ଜାତୀୟ ରାଜପଥର ଲାଦେରପାଲି ଏଫସିଆଇ ନିକଟରେ  ଜଣେ ମହିଳା ରାସ୍ତା ପାର ହୋଉଥିବା ସମୟରେ ବରଗଡରୁ ସମ୍ଭଲପୁରକୁ ଯାଉଥିବା ଏକ ସିଲଭର ରଙ୍ଗର ଇନୋଭା କାର ବୁଧବାର ରାତି ୭.୧୫ରୁ ୨୦ ମଧ୍ୟରେ ଏହି ଦୁର୍ଘଟଣା ଘଟାଇଛି ବୋଲି ଦେଖଣାକାରୀ ମାନେ କହନ୍ତି   ।  ମହିଳାଙ୍କୁ ଧକ୍କା ଦେଇ କାରଟି ଫେରାର ହୋଇଯାଇଛି ।  । ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି  । ମହିଳାଙ୍କ ନାମ ପୁଷ୍କା ଶର୍ମା (୫୪)  । ତାଙ୍କ ଘର ଅତାବିରା ସ୍ଥିତ କାଣ୍ଡପାଲି ରୋଡର ଏନଏଏସିର ୧୦ ନଂ ୱାର୍ଡର ବାସିନ୍ଦା । ଖବର ପାଇ ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ନିମନ୍ତେ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି  । ନିର୍ବାଚନ ଯୋଗୁ ବିଭିନ୍ନ ରାସ୍ତାରେ ସିସି କ୍ୟମେରା ଲାଗିଛି । ଦୁର୍ଘଟଣା ଘଟାଇ ପଳାଇଥିବା ଗାଡି ଠାବ କରିବା ପାଇଁ ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇ ଚେଷ୍ଠା ଜାରି ରଖିଥିବା ଜଣାପଡିଛି   ।
ବରଗଡରୁ ନବୀନ ଦାଶ 

Blog Archive

Popular Posts