ଚାଷୀଙ୍କୁ ମିଳୁନି ମୃତିକା ସ୍ୱାସ୍ଥ୍ୟ କାର୍ଡ; କୃଷି କାର୍ଯ୍ୟାଳୟ ଆଗରେ ପଡିଛି ଶହ ଶହ ମୃତିକା ସ୍ୱାସ୍ଥ୍ୟ କାର୍ଡ
ଅତାବିରା--- ବରଗଡ ଜିଲ୍ଲାର ଅତାବିରା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କାର୍ଯ୍ୟାଳୟ ଆଗରେ ମୃତିକା ସ୍ୱାସ୍ଥ୍ୟ କାର୍ଡ ଓ ସାର ବିକ୍ରୟ ପାଇଁ ଅନୁମତି ଫର୍ମ ଏବେ ରାସ୍ତା କରରେ ପଡିଛି । ସୁଚନାଯୋଗ୍ୟ ଯେ ରାଜ୍ୟ ସରକାର ମୃତିକା ସଂରକ୍ଷଣ ଓ ମୃତିକା ପରୀକ୍ଷା କରିବା ପାଇଁ ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା ଜନସଚେତନତାରେ ଖର୍ଚ୍ଚ କରୁଛନ୍ତି । ଯାହାକି ଚାଷୀ ମାନେ ମୃତିକା ସଂରକ୍ଷଣ କଲେ ଚାଷର ଉନ୍ନତି ସହ ନିଜର ଉନ୍ନତି ହେବ । ଯେଉଁପରି ନିଜ ମାର ଯନô୍ ନେଉଛେ ସେହିପରି ଦୁତୀୟ ମା ହେଉଛି ମାଟି । ତାର ଯନô୍ ନେଲେ ଚାଷର ଉନ୍ନତି ସହ ଚାଷୀ ନିଶ୍ଚୟ ଉନ୍ନତି କରି ପାରିବ ବୋଲି କୃଷି ବିଭାଗର ଅଧିକାରୀ ମାନେ ବିଭିନ୍ନ ସଭା ସମିତିରେ ଭାଷଣ ଦିଅନ୍ତି । ଏହା ସହିତ ଆମ ରାଜ୍ୟରେ ସାରର ଯେଉଁ ଅଭାବ ଦେଖା ଦେଉଛି ତାହା ମଧ୍ୟ ଦୂର ହୋଇ ପାରିବ ବୋଲି ଜଣାପଡିଛି । ମୃତିକା ପରୀକ୍ଷା କରାଗଲେ ସେଥିରେ କେଉଁ କେଉଁ ସାର କେତେ ପରିମାଣର ପକାଯିବ ତାହା କୃଷି ସୂଚନା ଓ ପରମର୍ଶ ପକ୍ଷରୁ ଏକ ଲିଖିତ କାର୍ଡ ଚାଷୀଙ୍କୁ ପ୍ରଦାନ କରାଯିବା ପାଇଁ ସରକାର ଯୋଜନା କରିଛନ୍ତି । ମାତ୍ର ଏହି ଯୋଜନା ଗୁଡିକ କିପରି କାମ ହେଉଛି ତାହା କେବଳ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନେ ଜାଣିଛନ୍ତି । ରାଜ୍ୟ ସରକାର ଆଦିବାସୀ ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ମାତ୍ର ତାହା କେବଳ କାଗଜ ପତ୍ରରେ ଚାଲିଛି । ଏହାର ଏକ ଜ୍ୱଳନ୍ତ ପ୍ରମାଣ ମିଳିଛି ଅତାବିରା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କାର୍ଯ୍ୟାଳୟରେ । ଚାଷୀ ମାନେ ନିଜ ବିଲର ମୃତିକା ପରୀକ୍ଷା ପାଇଁ କାର୍ଯ୍ୟାଳୟରେ ମୃତିକା ଦେଇଥିଲେ । ସେମାନଙ୍କୁ ମୃତିକାପରୀକ୍ଷା କରି ଅଧିକାରୀ ମାନେ ଚାଷ ସମୟରେ କେତେ ପରିମାଣର ସାର ପ୍ରୟୋଗ କରିବେ ସେ ସମ୍ପର୍କରେ ସୂଚନା ଦେବେ ଓ ଏକ ମୃତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବେ । ମାତ୍ର ଚାଷୀଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡାଇବା ଯୋଗୁ ଚାଷୀ ମାନେ ମୃତିକା କାର୍ଡ କଥା ଭୁଲି ଯାଇ ସେମାନଙ୍କ ସେହି ପୁରୁଣା ପଦ୍ଧିତି ଅନୁସାରେ ଚାଷ କରୁଛନ୍ତି । ଯାହାକି ଚାଷର ଉନ୍ନତି ହୋଇ ପାରୁନାହିଁକି ଚାଷୀର ମଧ୍ୟ ଉନ୍ନତି ହୋଇ ପାରୁନାହିଁ । ମାତ୍ର କୃଷି କାର୍ଯ୍ୟାଳୟ ପକ୍ଷରୁ ପ୍ରତି ବର୍ଷ ଏତିକି ଚାଷୀଙ୍କର ମୃତିକା ପରୀକ୍ଷା କରାଯାଇଛି ବୋଲି ସରକାରଙ୍କୁ ମିଥ୍ୟା ରିର୍ପୋଟ ଦିଆଯାଉଛି ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଏପରିକି ଜମି ଗୁଣ୍ଠେ ନ ଥିବା ଲୋକଙ୍କ ନାମରେ ମୃତିକା ସ୍ୱାସ୍ଥ୍ୟ କାର୍ଡ କରାଯାଇଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ କୃଷି ଯୋଜନା ଗୁଡିକ ବରଗଡ ଜିଲ୍ଲାର ଅତାବିରା ବ୍ଳକରେ ଏହି ପରି ଚାଲୁଛି ବୋଲି ଚାଷୀ ମାନେ କହନ୍ତି । ସେହିପରି ଶିକ୍ଷତ ବେକାରୀ ଯୁବକ ମାନେ ସାର, କମୃଷିଯନ୍ତ୍ରପାତି, ବିହନ ବିକ୍ରୟ କରିବା ପାଇଁ କୃଷି ବିଭାଗ କାର୍ଯ୍ୟାଳୟରେ ଆବେଦନ କରିଥାନ୍ତି । ସେମାନଙ୍କୁ କୃଷି ବିଭାଗ ପକ୍ଷରୁ ଅନୁମତି ପ୍ରଦାନ ଦିଆଯିବା ପାଇଁ ସରକାରଙ୍କ ନିୟମ ରହିଛି । ମାତ୍ର ପୁରୁଣା ବ୍ୟବସାୟୀଙ୍କ ସହିତ କୃଷି ଅଧିକାରୀ ମାନଙ୍କର ମଧୁଚନ୍ଦିକା ଯୋଗୁ ସେମାନଙ୍କୁ ଅନୁମତି ଦିଆଯାଉନାହିଁ । ଏପରିକି ସେମାନଙ୍କୁ ବେଆଇନ ଭାବରେ ସାର, କୀଟନାଶକ ଓ କୃଷିଯନ୍ତ୍ରପାତି ବିକ୍ରୟ କରିବାକୁ ପ୍ରଶୟ ଦି÷ଆଯାଉଛି । ଏବଂ ପ୍ରତି ମାସରେ ସେମାନଙ୍କ ଠାରୁ ମୋଟା ଅଙ୍କ ଆଦାୟ କରାଯାଉଥିବା ଜଣାପଡିଛି । ଏହି ଫର୍ମ ଗୁଡିକ ସହ ମୃତିକା ସ୍ୱାସ୍ଥ୍ୟ କାର୍ଡ କାର୍ଯ୍ୟାଳୟ ଆଗରେ ରାସ୍ତା କରରେ ପଡିଛି । ଏହାକୁ ନେଇ ବହୁ କଥା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଅଧିକାରୀଙ୍କୁ ପଚାରିବାରୁ ସେ କହନ୍ତି କାର୍ଯ୍ୟାଳୟ ସଫା ସୁତରା କରାଯାଉଥିଲା ସେ ଗୁଡିକ ଦରକାର ନାହିଁ ବୋଲି କାମ କରୁଥିବା ଲୋକମାନେ ପିଙ୍ଗି ଦେଇଛନ୍ତି ବୋଲି କହିଛନ୍ତି । ତୁରନ୍ତ ଏ ଦିଗରେ ଜିଲ୍ଲାପାଳ ଓ କୃଷି ନିର୍ଦ୍ଦେଶକ ନଜର ଦେଇ ଚାଷୀ ମାନଙ୍କୁ ସେମାନଙ୍କର ମୃତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବା ସହ ସାର ବିକ୍ରୟ କରିବାକୁ ଆଗ୍ରହୀ ଯୂୁବକ ମାନଙ୍କୁ ଅନୁମତି ପ୍ରଦାନ କରିବାକୁ ଚାଷୀ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି । ଏବଂ ସରକାରୀ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି । ନଚେତ ଅଗାମୀ ଦିନରେ ଅତାବିରା ବ୍ଳକର ବିଭିନ୍ନ ଚାଷୀ ସଂଗଡନ ପକ୍ଷରୁ ରାଜରାସ୍ତା ରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ବରଗଡରୁ ନବୀନ କୁମାର ଦାଶ
ବରଗଡରୁ ନବୀନ କୁମାର ଦାଶ