Breaking News

ମୁଗ ଓ ବିରି ମଣ୍ଡି ଖୋଲିବା ପାଇଁ ଚାଷୀ ସଂଗଠନ ଦାବି

ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ବିଭିନ୍ନ ଚାଷୀ ସଂଗଠନ ମୁଗ ଓ ବିରି ସରକାରୀ ସ୍ତରରେ ଡେଲାଙ୍ଗ ଠାରେ ମଣ୍ଡି ଖୋଲିବା ପାଇଁ ଦାବି କରିଛନ୍ତି । ବିଗତ ବର୍ଷ ସରକାର ଡେଲାଙ୍ଗ ନିକଟବର୍ତ୍ତିୀ ତେଇଶିପୁର ଠାରେ ରବି ଜାତୀୟ ସରକାରୀ ସ୍ତରୀୟ ମଣ୍ଡି ଖୋଲିଥିଲେ  । ମାତ୍ର ମଣ୍ଡି ଖୋଲିବା ଆଗରୁ ଚାଷୀ ମାନେ ଉତ୍ପାଦନ କରିଥିବା ମୁଗ, ବିରିକୁ ମହୁ ଶସ୍ତାରେ ଦଲାଲ ବେପାରୀ ମାନଙ୍କୁ ବିକ୍ରୟ କରିଥିଲେ  । ଏ ବର୍ଷ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୮ ହଜାର ହେକ୍ଟର ବିଲରେ ମୁଗ ବିରି ଚାଷ ହୋଇଛି । ଏବଂ ଚାଷ ଅନୁଯାୟୀ ଚାଷୀ ମାନେ ମୁଗ, ବିରି ଭଲ ଅମଳ କରିଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ ସରକାରୀ ମଣ୍ଡି ନ ଖୋଲିଥିବାରୁ ବେପାରୀ ମାନେ ସେମାନଙ୍କ ମନ ଇଛା ୨୫ରୁ ୩୨ ଟଙ୍କା କିଲୋପ୍ରତି କିଣୁଥିବା ଜଣାପଡିଛି । ଯାହା ଫଳରେକି ଚାଷୀ ମାନେ ଶାଗ ମାଛ ଦରରେ ମୁଗ ବିରି ବିକ୍ରୟ କରୁଥିବା ଚାଷୀ ଅରୁଣ କୁମାର ସ୍ୱାଇଁ, ବଠକୃଷ୍ଣ ସ୍ୱାଇଁ, ସୁରେଶ ବରାଳ, ଅମୀୟ ପରିଡା, ସତ୍ୟବାଦୀ ସ୍ୱାଇଁ, ନରେନ୍ଦ୍ର ପରିଡା ଓ ରାଜ କିଶୋର ଆଳୁକ ପ୍ରମୁଖ କହନ୍ତି । ତୁରନ୍ତ ଏ ଦିଗପ୍ରତି ପୁରୀ ଜିଲ୍ଲାପାଳ ନଜର ଦେବାକୁ ଚାଷୀ ମାନଙ୍କ ସହିତ ନୀଳାଚଳ କୃଷକ ମହାସଂଘ ଓ ଚାଷୀ ସଂଗଠନ ଦାବି କରିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts