Breaking News

ଶୈବ ଓ ମହାବୀରି ପୀଠରେ ପଣାସଂକ୍ରାନ୍ତି ପର୍ବ ପାଳିତ

 ଡେଲାଙ୍ଗ--- ଡେଲାଙ୍ଗର ବିଭିନ୍ନ ଶୈବ ଓ ମହାବିରୀ ପୀଠ ଗୁଡିକରେ ଶୁକ୍ରବାର ମହା ଆଡମ୍ବର ସହକାରେ ପଣା ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି । ବିଶେଷ କରି ଡେଲାଙ୍ଗର ବିଶ୍ୱନାଥ ମୁଣ୍ଡିଆ, ବେନୁପଡା ମଠ, ଦାସିଆ ବାଉରି ପୀଠ, ଅଳଉତା, ବଣିବକ୍ରେଶ୍ୱର, ନୀଳକଣ୍ଠେଶ୍ୱର ସେହିପରି ବିଭିନ୍ନ ଗ୍ରାମ ମାନଙ୍କରେ ପୁଜିତ ଶୈବପୀଠ ଗୁଡିକରେ ପଣା ଭୋଗ ଶ୍ରଦ୍ଧାଳୁ ମାନେ କରିଥିବାର ଦେଖାଯାଇଥିଲା । ସେହିପରି ବୋଳକଣା, ପିଢପାଟଣା, ମୁନିଦା, ସେବତୀପୁର, ରାମଚନ୍ଦ୍ରପୁରର ମହାବୀରି ମନ୍ଦିର ଗୁଡିକରେ ମହାବୀରିଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ମନ୍ଦିର ଗୁଡିକ ଫୁଲ, ରଙ୍ଗ ବେରଙ୍ଗର ଆଲୋକମାନରେ ସୁସଜିତ ହେଇଥିଲା । ରାମଚନ୍ଦ୍ରପୁର ମହାବୀରଙ୍କ ପ୍ରତିଷ୍ଠା ଦିବସ ଉପଲକ୍ଷେ ନାମସଂକୀର୍ତ୍ତନ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା  । ସକାଳୁ ସାକଳୁ ଶ୍ରଦ୍ଧାଳୁ ମାନେ ଫୁଲ, ଦ୍ୱୀପ, ଖଇକେରା, କଦଳୀ, ନଡିଆ, ଆମ୍ବ ଆଦି ଫୁଳମୁଳ ଭୋଗ ଲଗାଇବା ସହ ପଣା ଭୋଗ କରିଥିବାର ଦେଖାଯାଇଥିଲା । ପଟ୍ଟନାୟିକିଆ -ଡେଲାଙ୍ଗ ରାସ୍ତାର ରାମଚନ୍ଦ୍ରପୁର ମହାବୀରିଙ୍କ ମନ୍ଦିର ପକ୍ଷରୁ ବାଟେଇ ମାନଙ୍କୁ ପଣା ବଣ୍ଟଡ଼ କରାଯାଇଥିଲା । ସେହିପରି ଶଙ୍ଖପାଟ- ସାନଆଙ୍କୁଲା ସ୍ଥିତ ବଟମହାବୀରଙ୍କ ପୀଠରେ ଦଶମ ବାର୍ଷିକ ମହାବୀର ଜୟନ୍ତି ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବରେ ହାଲୁ ପ୍ରଧାନ, କର୍ତ୍ତୀ ଭାବେ ତନୁଲତା ମହାରଣା ରହିଥିଲେ  । ମୁଖ୍ୟ ପୁରୋହିତ କଳୁ ଦାଶ ଠାକୁରଙ୍କ ନୀତିକାନ୍ତି ସହିତ ମହାବୀର ଜୟନ୍ତ୍ି ଓ ନାମଯଜ୍ଞ କାର୍ଯ୍ୟ ସମାପନ୍ନ କରିଥିଲେ  । ଏଥିଯୋଗୁ ଗ୍ରାମରେ ତିନିଦିନ ଧରି ଆମିଷ ନିଷେଧ କରାଯିବ ସହ ସମସ୍ତଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା  । ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଥିଲା  । ଗ୍ରାମର ପ୍ରହଲ୍ଲାଦ ଦଲାଇ, ଶରତ ବାରିକ, ମାନସ ପ୍ରଦାନ, ଶିବ ପ୍ରସାଦ ମହାରଣା, ହାପି ଦଳାଇ, ସୁର୍ଯ୍ୟକାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ  । ଠାକୁରଙ୍କ ପାଖରେ ଜୟନ୍ତ୍ି ଅବସରରେ ପଣା ଭୋଗ ଲାଗି କରାଯିବା ପରେ ଭକ୍ତ ମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts