ଓଡିଶାକୁ ମୁହାଁଉଛି ସାମୁଦ୍ରିକ ବାତ୍ୟା ଫଣି ; ସତ୍ୟବାଦୀ ଆତ୍ମା ପକ୍ଷରୁ ଡାକବାଜି ଯୋଗେ ସଚେତନତା
ସାକ୍ଷୀଗୋପାଳ ----- ଓଡିଶା ମୁହାଁ ସାମୁଦ୍ରିକ ବାତ୍ୟା ‘ଫଣି’ । ଏହା ପୁରୀ ଜିଲ୍ଲାରେ ସ୍ଥଳ ଭାଗରେ ଛୁଇଁବାର ଅଛି । ଏହାକୁ ନେଇ ରାଜ୍ୟ ସରକାର ମୁକାବିଲା କରିବା ପାଇଁ ସଜାଗ ରହିଥିବା ଜଣାପଡିଛି । ଜିଲ୍ଲାର ସମସ୍ତ ବ୍ଳକ ଗୁଡିକରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକ ମହଜୁଦ ରହିଛି । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟ ଆଶଙ୍କା ଖେଳିଯାଇଛି । ସତ୍ୟବାଦୀ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଓ ଆତ୍ମା ପକ୍ଷରୁ ଡାକବାଜି ଯୋଗେ ଚାଷୀ ଓ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ବିଶେଷ କରି ବିଲରେ ଥିବା ମୁଗ, ବିରି, ଚିନାବାଦାମ ଅମଳ ଶିଘ୍ର କରନ୍ତୁ, ଅମଳ କରିଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ, ବିଲରେ ଥିବା ବିଭିନ୍ନ ଫସଲ ଓ ପନି ପରିବା ବିଲରୁ ପାଣି ନିଷ୍କାସନ ପାଇଁ ସମସ୍ତ ବନ୍ଦୋବସ୍ଥ କରନ୍ତୁ । ଅମୃତଭଣ୍ଡା ଚାଷୀ ମାନେ ଗଛକୁ ସୁରକ୍ଷିତ ରଖିବା ପାଇଁ ବନ୍ଦୋବସ୍ଥ କରନ୍ତୁ । ଘର ପାଖରେ ଥିବା ନଡିଆ ଗଛ ଗୁଡିକରୁ ନଡିଆ ତେଳି ଦିଅନ୍ତୁ । ବାତ୍ୟା ସମୟରେ ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କୁ ବାହରକୁ ଛାଡନ୍ତୁ ନାହିଁ । ଏହା ସହିତ ତିନି ଚାରିଦିନ ପାଇଁ ପାଖରେ ଶୁଖିଳା ଖାଦ୍ୟ ମହଜୁଦ ରଖନ୍ତୁ । ସେହିପରି ତଳିଆ ଓ କଚା ବା ଚାଳ ଘରେ ରହୁଥିବା ପରିବାର ମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ କୁହାଯାଇଛି । ପଞ୍ଚାୟତରେ ଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ରହିବାର ବନ୍ଦୋବସ୍ଥ କରାଯାଇଥିବା ଡାକବାଜି ଦ୍ୱାରା କୃଷି ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନତା କରାଯାଇଛି । ସେହିପରି ପୁରୀ ଜିଲ୍ଲାପାଳ ସମସ୍ତ ବ୍ଳକରେ ଥିବା ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ଆସନ୍ତା ୧ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ସମସ୍ତେ ସଜାଗ ରହିବାକୁ ନିବଦେନ କରାଯାଉଥିବା ଜଣାପଡିଛି । ପୁରୀ ଜିଲ୍ଲାପାଳ ଜ୍ୟେତି ପ୍ରକାଶ ଦାଶ ଆଜି ଏକ ବାର୍ତ୍ତରେ ଜନସାଧାରଣ ଭୟଭୀତ ନ ହୋଇ ସାମୁଦ୍ରିକ ବାତ୍ୟା ଫଣିର ସଠିକ ମୁକାବିଲା କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସମସ୍ତ କର୍ମାଚରୀ ଆସନ୍ତା ୧ ତାରିଖରୁ ହେଡକ୍ୱାଟର ନ ଛାଡି ଯିବା ପାଇଁ କହିଛନ୍ତି । ଅଗ୍ନିଶମ ଓ ଓଡ୍ରାଫଟ ଟିମ ସହିତ ବିଜୁ ଯୁବ ବାହିନୀ ଓ ସ୍ୱେଚ୍ଚାସେବୀ ଅନୁଷ୍ଠାନ ଗୁଡିକ ସଜାଗ ରହିବା ପାଇଁ ଜିଲ୍ଲାପାଳ କହିଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି