Breaking News

ବଳରାମପୁର ଗଡ ପଞ୍ଚାୟତରେ ବିଜେଡି ଜୋରଦାର ପ୍ରଚାର କଲା

ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳରାମପୁର ଗଡ ପଞ୍ଚାୟତରେ ବିଜେଡି ତାର ଜୋଦାର ପ୍ରଚାର କରିଛି । ପଞ୍ଚାୟତର ସମସ୍ତ ବିଜେଡି କର୍ମୀ ନିଜ ନିଜ ମଧ୍ୟରେ ଥିବା ବାଦ ବିବାଦକୁ ପଛରେ ପକାଇ ଦେଇ ତାଙ୍କର ପିୟ ନେତା ତଥା ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ପାଇଁ ପ୍ରଚାର ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଲୋକମାନଙ୍କୁ ବୁଝାଉଛନ୍ତି ଦୁଇଥର ମେସିନରେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ କହୁଥିବା ଜଣାପଡିଛି । ୧୪ ଟି ୱାର୍ଡରେ ପ୍ରଚାର କରାଯାଇଛି  ।  ସରପଞ୍ଚ ପବିତ୍ର ମୋହନ ସ୍ୱାଇଁଙ୍କ ନେତୃତ୍ୱରେ ୩୩ନଂ ଜୋନର ଜିଲ୍ଲାପରିଷଦସଭ୍ୟ ଧୁବ ଚରଣ ଦାଶ , ସମିତିସଭ୍ୟା ରାଜଶ୍ରୀ ନନ୍ଦ, ତପନ ନନ୍ଦ, ନାଏବ ସରପଞ୍ଚ ଦାଶରଥି ପରିଡା , ପ୍ରକାଶ ଚନ୍ଦ୍ର ମିଶ୍ର ଓ ବିଜୁ ଯୁବ ବାହିନୀ ର ସଭାପତି ରାଜ କିଶୋର ପ୍ରଧାନ ପ୍ରମୁଖ୍ୟ ଏହି ପ୍ରଚାରରେ ସାମିଲ ହୋଇଥିବାର ଦେଖାଯାଇଥିଲା  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts