ଆଗକୁ ବର୍ଷା ଦିନ ଆସୁଛି ; ୨ବର୍ଷ ହୋଇଗଲା ଡ୍ରେନ କାମ ସରୁନାହିଁ
ବାଲିଗୁଡା--- ବାଲିଗୁଡା ବିଜ୍ଞାପିତ ଅଞ୍ଚଳରେ ଡ୍ରେନ କାମ ଅଧାପନ୍ତରିଆ ହୋଇ ପଡି ରହିଛି । ଆଗକୁ ବର୍ଷା ଦିନ ଆସୁଛି । ଯାହାକି ବିଜ୍ଞାପିତ ଅଞ୍ଚଳରେ ନାହିଁ ନଥିବା ଅବସ୍ଥା ସୃଷ୍ଟି ହେବ ବୋଲି ବୁଦ୍ଧିଜିବୀ ମାନେ ଆଲେଚନା କରୁଥିବା ଜଣାପଡିଛି । ଏଠାରେ ୧୨ନଂ ୱାର୍ଡରେ ଅଧା ଡ୍ରେନ କାମ ହୋଇ ପଡି ରହିଛି । ଯାହା ଫଳରେକି ରାସ୍ତା କରରେ କୁଡକୁଡ ଅଳିଆ ଅବଜନା ଗଦା ହୋଇ ରହିଛି । ଏବେ ଅଦିନିଆ ବର୍ଷାରେ ସବୁ ଡ୍ରେନ କାମ ନ ହୋଇଥିବାରୁ ରାସ୍ତା କରରେ ଥିବା ଅଳିଆ ଅବଜନା ଗୁଡିକ ରାସ୍ତା ଉପରେ ଗଦା ହେଉଛି । ଯାହା ଫଳରେକି ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ କୁନି କୁନି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଯିବା ଆସିବା କରିବା ସମୟରେ ରାସ୍ତାରେ ପାଣି ଜମା ହୋଇ ରହିବା ସହ ରାସ୍ତା କାଦୁଅ ହୋଉଛି । ଅଧିକାଂଶ ସମୟରେ ଚୋଟ ବଡ ଦୁର୍ଘଟଣା ମାନ ଘଟୁଛି । ଏହି ରାସ୍ତା ୧୨ ନଂ ୱାର୍ଡ ଗୁଳିମରା ଅଧିବାସୀ ମାନଙ୍କର ମୁଖ୍ୟ ରାସ୍ତା । ୨୦୧୭ ମସିହାରୁ ଏହି ଡ୍ରେନ କାମ ଚାଲିଛି ଯେ କାମ ଶେଷ ହେବାର ନାଁ ଗନ୍ଦ ଧରୁନାହିଁ । ଅନ୍ୟ ପକ୍ଷେ ରାଜ୍ୟ ସରକାର ରାସ୍ତା ଓ ଡ୍ରେନ ପାଇଁ ଖର୍ଚ୍ଚ କରୁଥିବା ବେଳେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳର ୧୨ ନଂ ୱାର୍ଡରେ ଏହା ଫେଲ ମାରିଛି । ଏହି ୱାର୍ଡର ଭାଗ୍ୟ କେବେ ବଦଳିବ ତାହାକୁ ୱାର୍ଡ ବାସୀ ଅପେକ୍ଷା କରିଛନ୍ତି । ସେହିପିର ରାସ୍ତା କରରେ ଥିବା ନଳକୂପଟି ଏବେ ଅଳିଆ ଅବଜନାରେ ବୁଡିକୁ ରହିଛି । ତା ଉପରେ ମଧ୍ୟ କତ୍ତୃପକ୍ଷଙ୍କ ନର୍ଜର ପଡୁନାହିଁ ବୋଲି ୧୨ନଂ ୱାର୍ଡ ବାସୀ ମାନେ ଅଭିଯୋଗ କରିଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା,
କନ୍ଧମାଳରୁ ମନୋଜ କୁମାର ପଣ୍ଡା,