Breaking News

ଭୋଟ ଗ୍ରହଣ ବୁଥରେ ପହଞ୍ଚିଲେ ପୋଲିଂପାର୍ଟି

ସାକ୍ଷୀଗୋପାଳ ----- ଆସନ୍ତା  ୨୩ ତାରିଖଦିନ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ  । ଏହି ପରିପେକ୍ଷୀରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଥିବା ଭୋଟ କେନ୍ଦ୍ର ଗୁଡିକରେ ରବିବାର ଅପରାହ୍ନରେ ବିଭିନ୍ନ ଗାଡି ଯୋଗେ ପୋଲିଂପାର୍ଟି ପହଞ୍ଚିବା ଆରମ୍ଭ ହୋଇଯାଇଛି । ବ୍ଳକ ପ୍ରଶାସନ ଓ ସତ୍ୟବାଦୀ ଥାନା ପକ୍ଷରୁ ପୋଲିଂ ପାର୍ଟି ସଠିକ ବୁଥରେ ପହଞ୍ଚିଲେକି ନାହିଁ ତଦାରଖ କରାଯାଉଛି । ଅନ୍ୟ ପକ୍ଷେ ସେକ୍ଟର ଅଫିସର ମାନେ ବ୍ଳକରେ ଖୋଲାଯାଇଥିବା ୨୪ ଘଣ୍ଠିଆ କଣ୍ଟ୍ରୋଲରୁମକୁ ମୋବାଇଲି ଫୋନ ଯୋଗେ କେଉଁ କେଉଁ ବୁଥରେ ପୋଲିଂପାର୍ଟି ପହଞ୍ଚିଲେ ଜଣାଉଛନ୍ତି । ପ୍ରତି ଘଣ୍ଟାକୁ ଘଣ୍ଟାକୁ ବ୍ଳକ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ରିର୍ପୋଟ ଦେଉଥିବାର ଜଣାପଡିଛି । ରାତି ଦଶଟା ମଧ୍ୟରେ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ପୋଲିଂପାର୍ଟି ପହଞ୍ଚି ଯିବେ ବୋଲି ବିଡିଓଙ୍କ ଠାରୁ ପ୍ରକାଶ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts