Breaking News

ପିପିଲି ବ୍ଳକର ୨୩ନଂ ଜୋନରେ ବିଜେଡି ପ୍ରଚାର ; ସାମିଲ ହେଲେ ମହିଳା ପୁରୁଷ

ପିପିଲି ----  ବିଜେଡି ଦଳର ପ୍ରଚାର ଓ ପ୍ରସାର ଯୋର ଧରିଛି । ଏପରିକି  ମହାରଥୀଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଉଥିବାର ଦେଖାଯାଇଛି । ପ୍ରତି ଗ୍ରାମରେ ମହିଳା ପୁରୁଷ ମାନେ ବିଜେଡି ଦଳ ପ୍ରଚାରରେ  ସାମିଲ ହୋଉଥିବାର ଦେଖାଯାଇଛି । ସେହପିର ବିଭିନ୍ନ ଗ୍ରାମ ପଞ୍ଚାୟତର ଯୁବ ଗୋଷ୍ଠୀ ମାନେ ବିଜେଡି ଦଳରେ ସାମିଲ ହେଉଛନ୍ତି   । ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାସଭା ପ୍ରାର୍ଥୀ ପ୍ରଦୀପ ମହାରଥୀ ଓ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ମିଳିତ ଭାବେ ଆଜି ପିପିଲି ବିଜେଡି କାର୍ଯ୍ୟାଳୟ ଠାରୁ ବାହାରି ବ୍ଳକ ଛକ, ଡିହସାହି, କାନପୁର, ନୂଆଶାସନ, ଶିଖଣ୍ଡପୁର, ଉତ୍ତରସାହି, ଦକ୍ଷିଣସାହି, ପାଟଣା, ଚଉଦମାଣ,ମହିନିପିଡି, କସରଦା, ଗୋପନ, ବାସୁପୁର, ପଣ୍ଡୁଆ, ଝୁଣୁପଡିଆ, ସଟସ, ମାଳିବରାଇ, ଦୁର୍ଗାଦାସପୁର, କାଜିସାହି, ବଧିଠଣଠଣା, ଖଜୁରେଇ, ପାଇକପଡା, ମଙ୍ଗଳପୁର, ହାଟସାହି, ଝିଲିମିଲୀ ପାଟଣା, ମନୋହରା, ମୁଦ୍ଦିନିପୁର, ଡାଙ୍ଗିରିଆ, ଆବଲପୁର, ବରାଗଡ, କୁଳଶେଖରପାଟଣା, ମଙ୍ଗରାଜ, ମହାସିଙ୍ଗ ପାଟଣା, କରଣସାହି, ଦାଣ୍ଡମକୁନ୍ଦପୁର, ବନ୍ତଳସିଂହ, ହାଟସାହି, ଦାନଗହିର, ଜଦୁପୁର, ମିର୍ଜପୁର, ପୋଡାଗୁଣ, ଆଦି ଗ୍ରାମରେ ବିଜେଡି ସରକାରଙ୍କ ସମୟରେ କରାଯାଇଥିବା ଜନହିତକର ଯୋଜନା ସମ୍ପର୍କେ ପ୍ରଚାର କରିବା ସହିତ କେନ୍ଦ୍ର ରାଜ୍ୟପ୍ରତି ଅବହେଳାକୁ ନିନ୍ଦା କରିଥିଲେ   । ନିର୍ବାଚନ ପ୍ରଚାର ଗ୍ରାମକୁ ଯିବା ରାସ୍ତାରେ ମହିଳା ମାନେ ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର ପକାଇ ମହିଳା ,ଯୁବତୀ ମାନେ ବନ୍ଦାପନା କରିବା ସହ ବିଜୟ ସୁଚକ ଟିକା ପିନ୍ଦାଇ ଦେଇଥିବାର ଦେଖାଯାଇଥିଲା  । ସେହିପରି ଯୁବଗୋଷ୍ଠୀ ମାନେ ବାଜ ବାଣ ଫୁଟାଇ ମଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ମହାରଥୀ ଓ ପିନାକୀ ମିଶ୍ର ଙ୍କୁ ପାଛୋଟି ନେଇଥିଲେ  ।  ପିପିଲି ବ୍ଳକ ଅଧ୍ୟକ୍ଷା କଳ୍ପନା ସମାନ୍ତରାୟ,ବ୍ଳକ ସଭାପତି ପ୍ରଫୁଲ ସ୍ୱାଇଁ, ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ପିପିଲି - ଡେଲାଙ୍ଗ ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ତଥା ଆତ୍ମାର ସଭାପତି ଧରଣୀଧର ସାହୁ,   ପିପିଲି ବ୍ଳକ ବିଜେଡି ଉପସଭାପତି ଚିନ୍ମୟ ମହାପାତ୍ର, ଜିଲ୍ଲାପରିଷଦସଭ୍ୟା ଚିତାଞ୍ଜଳି ଦାଶ, ବ୍ଳକ ଯୁବ ବିଜେଡି ସଭାପତି ମନୋଜ ଦାଶ,  ବ୍ଳକ ମହିଳା ବିଜେଡି ସଭାନେତ୍ରୀ ଜୋସ୍ନା ପୁଷ୍ଟି, ମହିଳା ନେତ୍ରୀ ନିରୁପମା ମହାପାତ୍ର ଯୁବନେତା ବିଶ୍ମଜିତି ଦାଶ, ଆରର୍ତ୍ତବନ୍ଦୁ ସାମନ୍ତରାୟ, କିଶୋର ଛୋଟରାୟ, ନାରଣ ସ୍ୱାଇଁ, ଶେଖ ବାବୁଙ୍କ ସହ ଶତାଧିକ ବିଜେଡି କର୍ମୀ ଓ ସରପଞ୍ଚ , ସମିତିସଭ୍ୟ ସଭ୍ୟା ମାନେ ସାମିଲ ହୋଇଥିବାର ଦେଖାଯାଇଥିଲା  ।
 ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts