ସାକ୍ଷୀଗୋପାଳ ---- ମଦ ପେଟି ନେଇକି ଯାଉଥିବା ସମୟରେ ସତ୍ୟବାଦୀ ପୋଲିସ ପ୍ଳାଇଙ୍ଗି ସ୍କାର୍ଡ ହାତରେ ଧରାପଡିଲେ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟାଙ୍କ ସ୍ୱାମୀ ଭିକାରୀ ପରିଡା । କୌଣସି ସୁତ୍ରରୁ ଖବର ପାଇ ସତ୍ୟବାଦୀ ଥାନାରେ ଥିବା ପ୍ଳାଇଙ୍ଗି ସ୍କାର୍ଡ ଟିମ ତାଙ୍କୁ ପିଛା କରିଥିଲା । ବିଶ୍ୱନାଥପୁର ଗ୍ରାମ ମଧ୍ୟରେ ତାଙ୍କୁ ଅଟକାଇବା ସହ ମଟର ସାଇକେଲରେ ଲଦା ହୋଇଥିବା ବିଦେଶୀ ମଦ ଜବତ କରିବା ସହ ଭିକାରୀ ପରିଡାଙ୍କୁ ମଧ୍ୟ ଅଟକ ରଖି ପଚାରାଉଚରା କରୁଥିବା ସତ୍ୟବାଦୀ ଥାନା ସୁତ୍ରରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି