Breaking News

ପିପିଲି ବ୍ଳକର ୨୪ନଂ ଜୋନରେ ବିଜେଡି ପ୍ରଚାର ଯୋର ଧରିଲା ; ଗାଁ ଗାଁରେ ମହିଳା ପୁରୁଷ ପାଛୋଟି ନେଲେ

 ପିପିଲି ----  ବିଜେଡି ଦଳର ପ୍ରଚାର ଓ ପ୍ରସାର ଏବେ ଯୋର ଧରିଛି । ବିଜେଡି ଦଳରେ ବିଶେଷ କରି ମହିଳା ଗୋଷ୍ଠୀ , ଯୁବ ଗୋଷ୍ଠୀ ସାମିଲ ହୋଇ ବିଜେଡି ଦଳ ପାଇଁ ପ୍ରଚାର କରୁଥିବାର ଦେଖାଯାଇଛି । ଗାଁ ଗାଁ ମାନଙ୍କରେ ଯୁବ ଗୋଷ୍ଠୀ ଓ କୋଠ ପକ୍ଷରୁ ପାନୀୟ ଜଳ, ଟଙ୍କ ତୋରାଣୀ, ଦହି ସରବତ ଆଦି ପ୍ରସ୍ତୁତି କରି ବିଜେଡି ପ୍ରଚାରରେ ସାମିଲ ହୋଇଥିବା ମହିଳା ପୁରୁଷ ମାନଙ୍କୁ ବାଣ୍ଟୁଥିବାର ଦେଖାଯାଇଛି ।  ଗାଁ ଗାଁ ପରିବାର ଗୁଡିକରେ ମହାରଥୀଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଉଥିବାର ଦେଖାଯାଇଛି । ପ୍ରତି ଗ୍ରାମରେ ମହିଳା ପୁରୁଷ ମାନେ ବିଜେଡି ଦଳ ପ୍ରଚାରରେ  ସାମିଲ ହୋଉଥିବାର ଦେଖାଯାଇଛି । ସେହପିର ବିଭିନ୍ନ ଗ୍ରାମ ପଞ୍ଚାୟତର ଯୁବ ଗୋଷ୍ଠୀ ମାନେ ବିଜେଡି ଦଳରେ ସାମିଲ ହେଉଛନ୍ତି   । ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାସଭା ପ୍ରାର୍ଥୀ ପ୍ରଦୀପ ମହାରଥୀ ଓ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ମିଳିତ ଭାବେ ଆଜି ଜାତୀୟ ରାଜପଥର ନୁଆଗୋଡି ଛକରୁ ଏକ ମଟର ସାଇକେଲ ଶୋଭାଯାତ୍ରାରେ ବିଜେଡି ନେତାଙ୍କୁ ପାଛୋଟି ନେଇଥିଲେ  । ସହଜପୁର, ସୁବୁଦ୍ଦିପୁର, ସୁହାଗପୁର, ନୁଆଗୋଡି, ଆବଲପୁର, ବାଲିଗାଁ, ଆଳିସ, ତେଇଶିପୁର, କାଙ୍କନଡୁଆ, ପୋଟଳ, ମାଧି ପୋଟଳ, ଭଗବତୀପୁର, ଯଶୁଆପୁର, ବୀରପୁରୁଷାତ୍ତମପୁର, ହରିପୁର, ଉତ୍ତରାୟଣସାହି, ସାତଶଙ୍ଖ ବଜାର, କୁମାରେଶ୍ୱର, ନାଳିଅଣା,ଭୀମବଜାର, ସରସ୍ୱତୀପୁର, ରଥପୁରୁଷୋତ୍ତମପୁର, ରୂପଦେଇପୁର ଚନ୍ଦ୍ରଦେଇପୁର ଆଦି ଗ୍ରାମ ଗୁଡିକରେ ବିଜେଡି ତାର ନିର୍ବାଚନ ପ୍ରଚାର କରିଥିଲା  ।  ବିଜେଡି ସରକାରଙ୍କ ସମୟରେ ରାଜ୍ୟରେ କରାଯାଇଥିବା ଜନହିତକର ଯୋଜନା ସମ୍ପର୍କେ ଆଧୁନିକ ଗୀତ ମାଧ୍ୟମରେ ପ୍ରଚାର କରାଯାଇଥିଲା  । ଓଡିଶା ପ୍ରତି କେନ୍ଦ୍ର ସରକାର ଦେଇଥିବା ପତିଶ୍ରୁତି କୁଆଡେ ଗଲା ବୋଲି କହିବା ସହ  ଅବହେଳାକୁ ନିନ୍ଦା କରାଯାଇଛି । ନିର୍ବାଚନ ପ୍ରଚାର ଗ୍ରାମକୁ ଯିବା ରାସ୍ତାରେ ମହିଳା ମାନେ ଶଙ୍ଖବଜାଇ, ହୁଳହୁଳି  ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର ପକାଇ ମହିଳା ,ଯୁବତୀ ମାନେ ବନ୍ଦାପନା କରିବା ସହ ବିଜୟ ସୁଚକ ଟିକା ପିନ୍ଦାଇ ଦେଇଥିବାର ଦେଖାଯାଇଥିଲା  । ସେହିପରି ଯୁବଗୋଷ୍ଠୀ ମାନେ ବାଜ ବାଣ ଫୁଟାଇ ମଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ମହାରଥୀ ଓ ପିନାକୀ ମିଶ୍ର ଙ୍କୁ ପାଛୋଟି ନେଇଥିଲେ  ।  ଏହି ଶୋଭାଯାତ୍ରାରେ ପିପିଲି ବ୍ଳକ ଅଧ୍ୟକ୍ଷା କଳ୍ପନା ସମାନ୍ତରାୟ,ବ୍ଳକ ସଭାପତି ପ୍ରଫୁଲ ସ୍ୱାଇଁ, ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ପିପିଲି - ଡେଲାଙ୍ଗ ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ତଥା ତେଇଶିପୁର ସମିତିସଭ୍ୟ ଧରଣୀଧର ସାହୁ,   ପିପିଲି ବ୍ଳକ ବିଜେଡି ଉପସଭାପତି ଚିନ୍ମୟ ମହାପାତ୍ର, ଜିଲ୍ଲାପରିଷଦସଭ୍ୟା ରାଧାମଣି ପ୍ରଧାନ, ବ୍ଳକ ଯୁବ ବିଜେଡି ସଭାପତି ମନୋଜ ଦାଶ,  ବ୍ଳକ ମହିଳା ବିଜେଡି ସଭାନେତ୍ରୀ ଜୋସ୍ନା ପୁଷ୍ଟି, ମହିଳା ନେତ୍ରୀ ଉମାମଣି ରଥ, ଲିପିକା ମହାପାତ୍ର, ସହଜପୁର ଯୁବନେତା ସନ୍ତୋଷ କୁମାର ବସ୍ତିଆ, ତେଇଶିପୁର ସରପଞ୍ଚ ନରେନ୍ଦ୍ର ଦାଶ,  ଯୁବନେତା ବିଶ୍ମଜିତି ଦାଶ, ଆରର୍ତ୍ତବନ୍ଦୁ ସାମନ୍ତରାୟ, କିଶୋର ଛୋଟରାୟ, ନାରଣ ସ୍ୱାଇଁ, ଦୀଲିପ କୁମାର ଦାଶ, ବୁଧିନାଥ ପ୍ରଧାନ, ଆଶିଷ ବରାଳ, ଜିତୁ ରଥ, ପଦ୍ମନାଭ ସାମନ୍ତରାୟ, ପ୍ରତାପ ପ୍ରଧାନ, କାଳନ୍ଦୀ ମିଶ୍ର, ସୁବୋଧ ମହାନ୍ତି, ଦିବ୍ୟସିଂହ ଦାସ, ଅଶୋକ ପ୍ରଧାନଙ୍କ ସହ ଶତାଧିକ ବିଜେଡି କର୍ମୀ ଓ ସରପଞ୍ଚ , ସମିତିସଭ୍ୟ ସଭ୍ୟା ମାନେ ସାମିଲ ହୋଇଥିବାର ଦେଖାଯାଇଥିଲା  ।
ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts