Breaking News

ସତ୍ୟବାଦୀରେ ଶାନ୍ତିଶୃଙ୍ଖଳା ସହ ୬୮ ଭାଗ ମତଦାନ

  ସାକ୍ଷୀଗୋପାଳ ୨୩ା୪/ ଏନ୍.ଏନ୍.ଏସ୍ --- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ୧୧୨ଟି ମତଦାନ କେନ୍ଦ୍ର ହୋଇଛି । କେତେକ ବୁଥରେ ଦଳୀୟ , ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଛୋଟ କାଟିଆ  ପାଟିତୁଣ୍ଡ ହୋଇଥିବାର ଜଣାପଡିଛି । ସେହିପରି କେତକ ବୁଥରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା  । ନଚେତ୍ ସବୁଠାରେ ଶାନ୍ତିଶୃଙ୍ଖଳା ସହିତ ମତଦାନ ଶେଷ ହୋଇଥିବାର ଜଣାପଡିଛି ।  ସକାଳ ୭ ଟାରୁ ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ବୁଥରେ ମତଦାନ ପାଇଁ ଭୋଟର ମାନଙ୍କର ଲମ୍ବା ଧାଡି ଲାଗି ଥିବାର ଦେଖାଯାଇଥିଲା  । ଖରା ସମୟରେ ବୁଥ ଗୁଡିକରେ ଭୋଟର ନଥିବାରୁ  ପ୍ରାୟ ପାଙ୍କା ପଡିଥିଲା  । ଅପରାହ୍ନ ଠାରୁ ମତଦାନ ଶେଷ ପର୍ଯ୍ୟନ୍ତ ଭୋଟଦାନ ପ୍ରକିୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା  ।  ମୋଟାମୋଟି ଭାବେ ସତ୍ୟବାଦୀରେ ୬୮ % ଭାଗ ମତଦାନ ହୋଇଥିବାର ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts