ଅଗ୍ନିକାଣ୍ଡରେ ତିନ ବଖରା ଜଳିଗଲା
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦୁଗଲ ଗ୍ରାମ ପଞ୍ଚାୟତର ପଞ୍ଚୁକେରା ଗ୍ରାମର ଉତ୍ତରମାଳ ଦଳିତ ବସ୍ତିର ଦୁଃଖା ଭୋଇଙ୍କ ଘରେ ଆଜି ପୂବାହ୍ନରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ସଠିକ ଜଣାପଡିନାହିଁ । ମାତ୍ର ଏହି ଅଗ୍ନିକାଣ୍ଡରେ ସମସ୍ତ ଘରର ଆସବାପତ୍ର, ପୋଡିଯାଇଛି । ଯାହାରକି ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କାର ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡିଛି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର ରୋହିତ ନାୟକ ଓ ମନୋଜ ନାୟକଙ୍କ ନେତୃତ୍ୱରେ ଦୁଇଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସ୍ଥାନୀୟ ସରପଞ୍ଚ ପ୍ରକାଶ ଖଟେଇ ଅଗ୍ନିବପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ତିନିଦିନ ପାଇଁ ଶୁଖିଲା ଖାଦ୍ୟ ପଞ୍ଚାୟତ ପକ୍ଷରୁ ଯୋଗାଇ ଦେଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି