Breaking News

ବରଗଡ ଜିଲ୍ଲାରେ ତିନୋଟି ବୁତରେ ସାନି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ

ଅତାବିରା--- ବରଗଡ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ତଥା ୧୮ ତାରିଖରେ ମତଦାନ ଅନୁଷ୍ଠିତ ହୋଇଥିଲା  । ମାତ୍ର ସେଥି ମଦ୍ୟରୁ ତିନୋଟି ମତଦାନ କନ୍ଦ୍ରେରେ ଆଜି ସାନି ମତଦାନ ଅନୁଷ୍ଠିତ ହୋଇଛି । ଏହି ମତଦାନ ଗୁଡିକରେ ପ୍ରଶାସନିକ ଅବହେଳା ଯୋଗୁ ମତଦାନ ବାତିଲ ହୋଇଥିଲା  । କେଉଁଠାରେ ଇଭିଏମ ମେସିନ ଖରାପ ତ କେଉଁଠାରେ ଭିଭିପାଟ କାମ କରିଲାନାହିଁ  । ଏଣୁ ମତଦାନ ସେଠାରେ ପୁର୍ନବାର ଆଜି କରାଯାଇଛି । ସେହି ବୁଥ ଗୁଡିକ ହେଲା ମାଓବାଦୀ ଅଧ୍ୟୁକ୍ଷିତ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଝାରବନ୍ଦ ବ୍ଳକ ଡଭା ପ୍ରାଥମିକ ସ୍କୁଲ କେନ୍ଦ୍ର ବୁଥନଂ ୧୬  । ଏଠାରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ଏଠାରେ ମତଦାନ କରିବେ ପ୍ରାୟ ୫୭୪ଜଣ ପୁରୁଷ, ୫୭୧ ଜଣ ମହିଳା  । ସେହିପରି ଅତାବିରା ବ୍ଳକର ଭେଡେନ ବ୍ଳକର ଅରେଇଗୁଡି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ବୁଥ ନଂ- ୨୩୫ । ଏଠାରେ ମୋଟ ୧୧୩୧ ଜଣ ମତଦାତା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦୨ଜଣ ପୁରୁଷ ଓ୫୨୯ଜଣ ମହିଳା ରହିଛନ୍ତି । ଏଠାରେ ୬ଟା ପର୍ଯ୍ୟନ୍ତ ମତଦାନ କରାଯାଇଛି । ଅନ୍ୟଟି ବରଗଡ ପୌାର ପରିଷଦ ଅନ୍ତର୍ଗତ ଶକ୍ତି ନଗର ପ୍ରାଥମିକ ବିଦ୍ୟାଳୟ ବୁଥନଂ- ୬୮ରେ ୧୩୫୭ ଜଣ ମତଦାତା ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ୬୮୩ ଜଣ ଓ ମହିଳା ୬୭୪ଜଣ ରହିଛନ୍ତି । ଏଠାରେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରାଯାଇଥିବାର ଜଣାପଡିଛି । କଡା ସୁରକ୍ଷା ବଳୟ ମଧ୍ୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ଲୋକମାନେ ଧାଡିରେ ଆସି ନିଜ ନିଜ ପସନ୍ଦର ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇଥିବାର ଜଣାପଡିଛି । ଏହି ତିନୋଟି ବୁଥରେ ପ୍ରାୟ ୭୫ ଶତକଡା ମତଦାନ ହୋଇଛି  ଓ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି  ।
ବରଗଡରୁ ନବୀନ  ଦାଶ

Blog Archive

Popular Posts