Breaking News

ପିପିଲି ଥାନା ପକ୍ଷରୁ ଖୋଲିଲା ଜଳଛତ୍ର

ପିପିଲି--- ପିପିଲି ଥାନା ପକ୍ଷରୁ ଜଳଛତ୍ର ଖୋଲାଯାଇଛି । ପୁରୀ- ଭୁବନେଶ୍ୱର ରାସ୍ତାର ପିପିଲି ଥାନା ସମ୍ମୁଖରେ ଏହି ଜଳଛତ୍ର ଆଜି ଥାନା ଆଇଆଇସି ଶରତ କୁମାର ସାହୁ  ଜନସାଧାରଣଙ୍କୁ  ଟଙ୍କ ତୋରାଣି ପ୍ରଦାନ କରିଥିଲେ  । ଖରାକୁ ନର୍ଜର କରି ଥାନା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜଣାପଡିଛି । ଏହି ଜଳଛତ୍ର ଯେପରି ଠିକ ଭାବରେ କାର୍ଯ୍ୟକ୍ଷମ ହେବ ସେଥି ନେଇ ଜଣେ କର୍ମଚାରୀ ନିଯୁକ୍ତି କରାଯାଇଛି । ଖରାକୁ ନଜର କରି ଏହି ଜଳଛତ୍ର ଚାଲିବ ବୋଲି ଥାନା ଆଇଆଇସି ଶ୍ରୀ ସାହୁଙ୍କ ଠାରୁ ପ୍ରକାଶ  ।
ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts