ୱାଉପଡାରେ ଅଷ୍ଟପ୍ରହର ନାମଯଜ୍ଞ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ସାଉରିଆ ଗ୍ରାମ ପଞ୍ଚାୟତର ୱାଉପଡାରେ ୧୯ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୯ ତାରିକରୁ ଆରମ୍ଭ ହୋଇ ଗରୁବାର ଦିନ ଶେଷ ହୋଇଥିଲା । ଏହି ଅବସରରେ ୱାଉପଡାର ପଦ୍ମପୋଖରୀରୁ ୩୨ ଜଣ ମହିଳା ପୁରଷ ଘଟ ବୁଡାଇଥିଲେ । କର୍ତ୍ତା ଭାବରେ କେଳୁ ଚରଣ ଖୁଣ୍ଟିଆ ରହିଥିବା ବେଳେ କର୍ତ୍ତୀ କୁନିମଣି ଖୁଣ୍ଟିଆ ରହିଥିଲେ । କଣ୍ଡିତ ମଦନ ମୋହନ ମିଶ୍ର ଓ ସାଥୀ ଯଜ୍ଞ ଓ ପୂଜା ନୀତିକାନ୍ତି କରିଥିଲେ । ଏହି ଅବସରରେ ଗ୍ରାମରେ ଆମିଷ ନିଷେଧ କରାଯିବା ସହ ସମସ୍ତଙ୍କ ଘର ଆଗରେ ପୂଣ୍ଣକୁମ୍ଭ ବସିଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ତାଙ୍କର ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ସେଠାରେ ପହଞ୍ଚିଥିବାର ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ୱାଉପଡା ଗ୍ରାମବାସୀ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି