ମଦ ଦେକାନ ମ୍ୟାନେଜରଙ୍କୁ ଆକ୍ରମଣ କରି ସୁନା ଓ ଟଙ୍କା ଲୁଟ
ଡେଲାଙ୍ଗ ----- ଡେଲାଙ୍ଗ ସାଉରିଆରେ ଥିବା ସରକାରୀ ମଦ ଦେକାନର ମ୍ୟାନେଜର ଉତ୍ତରାର ଚକ୍ରଧର ସାହୁ ( ୩୦ ) ଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ସୁନାଚେନ ଓ ନଗଦ ୨ଲକ୍ଷ ଟଙ୍କା ଲୁଟ କରି ନେଇଥିବା ଡେଲାଙ୍ଗ ଥାନାରେ ସେ ଅଭିଯୋଗ କରିଛନ୍ତି । ସୁଚନାଯୋଗ୍ୟ ଯେ ଚକ୍ରଧର ସାହୁ ତାଙ୍କ ମଦ ଦେକାନର ହିସାବ ପତ୍ର ନେବା ପାଇଁ ୨ରୁ ୩ ଦିନ ମଧ୍ୟରେ ଆସି ଥାନ୍ତି । ଆଜି ସେ ହିସାବ ନେବା ପାଇଁ ମଦ କାଉଣ୍ଟରକୁ ଆସିଥିଲେ । ସେଠାରେ ସେ ସମସ୍ତ ହିସାବପତ୍ର କରିବା ପରେ ନିଜ ଭେସ୍ପାସ୍କୁଟି ଯୋଗେ ଉତ୍ତରାକୁ ବାହାରିଥିଲେ । ମାତ୍ର ଦେକାନଠାରୁ ପ୍ରାୟ ୨ଶହ ମିଟର ଆସିବା ପରେ ଏକ କଇଁଆ ଗଛ ମୂଳରେ ୪ଜଣ ଯୁବକ ଏକ ପଲସର ଓ ହିରୋହୁଣ୍ଡା ପ୍ଳେସନ ପ୍ଳସରେ ଆସି ତାଙ୍କୁ ଅଟକାଇଥିଲେ । ସେ ରହିବାକ୍ଷଣି ସଙ୍ଗେ ସଙ୍ଗେ ଖଣ୍ଡାରେ ଶ୍ରୀ ସାହୁଙ୍କ ମୁଣ୍ଡ, କାନ୍ଦ କୁ ହାଣିବା ସହ ବାମପଟ ଗୋଡକୁ ମାଡ ମାରି ଥିଲେ । ସେ ପଡିଯିବାରୁ ତାଙ୍କର ବେକରେ ଥିବା ସୁନାଚେନ ଓ ହାତରେ ପିନ୍ଦିଥିବା ସୁନା ବକ୍ଳଟେ ସହିତ ୨ଲକ୍ଷ ଟଙ୍କା ନଗଦ କ୍ୟାସ ଦୁବୁତ୍ତ ମାନେ ଲୁଟ କରି ପଳେଇଥିଲେ । ରକ୍ତାକ ଅବସ୍ଥାରେ ସ୍ଥାନୀୟ ଯୁବକ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ୱର ପଠାଯାଇଥିବା ଜଣାପଡିଛି । ଖବର ପାଇ ଡେଲାଙ୍ଗ ଥାନା ମେଡିକାଲରେ ପହଞ୍ଚ ଆହତ ଯୁବକଙ୍କର ବୟାନ ରେକର୍ଡଭୁକ୍ତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି