Breaking News

ଚୋରା ମଦ ବିକ୍ରୟକୁ ବିରୋଧ କରି ମହିଳା ଭାଙ୍ଗିଲେ ଦେକାନ

 ଡେଲାଙ୍ଗ ---  ସତ୍ୟବାଦୀ ଥାନା ଅନ୍ତର୍ଗତ ବିଳାସପୁର ଗ୍ରାମରେ ଏକ ଦେକାନରେ ଦେଶୀ ଓ ବିଦେଶୀ ମଦ ଚୋରାରେ ବିକ୍ରୟ ହେେଇ ଆସୁଥିଲା  ।  ଯାହାକୁ ନେଇ ସତ୍ୟବାଦୀ ଥାନାରେ ଅଧିକଂଶ ସମୟରେ ଗ୍ରାମବାସୀ ଓ ଆଖପାଖ ଗ୍ରାମର ମହିଳା ମାନେ ଅଭିଯୋଗ କରି ଆସୁଥିଲେ  । ମାତ୍ର ପୋଲିସ ବା ଅବକାରୀ ବିଭାଗ କୌଣସି କାର୍ଯ୍ୟନୁଷଠାନ ଗ୍ରହଣ କରିନଥିଲା । ଯାହା ଫଳରେକି ଆଖ ପାଖ ଗ୍ରାମ ଗୁଡିକରେ ନିଶା ଯୋଗୁ ପରିବାର ମାନଙ୍କରେ ଅଶାନ୍ତି ସୃଷ୍ଟି ହେଉଥିଲା  । ଶୁକ୍ରବାର ହୋଳି ଦିନ ଗୁଡୁପାଇଲୋ  ଗ୍ରାମର ଜଣେ ଯୁବକ ମଦ୍ୟପାନ କରି ଗ୍ରାମ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳି ମନ୍ଦ କରିବା ସହ ଧମକ ଚମକ ଦେଇଥିଲା  । ଗୁଡୁପାଇଲୋ ଗ୍ରାମର ମହିଳା ପୁରଷ ଓ ଯୁବକ ମାନେ ମିଳିତ ଭାବରେ ଉକ୍ତ ଚୋରା ମଦ ବେପାର କରୁଥିବା ଦେକାନ ଉପରେ ଚଡାଉ କରି ଦେକାନରେ ଥିବା ମଦ ସହିତ ଅନ୍ୟ ଜିନିଷ ପତ୍ର ଭଙ୍ଗାରୁଜା କରିଥିବାର ଜଣାପଡିଛି । ସେହିପରି ଇନ୍ଦିପୁର ବଜାର ଉପରେ ଏକ ଚୋରା ମଦ ଦେକାନ ରହିଛି । ତୁରନ୍ତ ଉକ୍ତ ମଦ ଦେକାନ ବନ୍ଦ କରିବା ପାଇଁ ମହିଳା ମାନଙ୍କ ପକ୍ଷରୁ ସତ୍ୟବାଦୀ ଥାନା ଅଧିକାରୀଙ୍କୁ ନିବେଦନ କରାଯାଇଥିବାର ଜଣାପଡିଛି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts