Breaking News

ସତ୍ୟବାଦୀରେ ଅଘୋଷିତ ବିଦ୍ୟୁତ କାଟ ; ଜନଅସନ୍ତୋଷ ବୃଦ୍ଧି

ସାକ୍ଷୀଗୋପାଳ---  ସତ୍ୟବାଦୀ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ଆରମ୍ଭ ହୋଇଯାଇଛି । ଖରାଦିନ ଆରମ୍ଭ ନହେବା ଆଗରୁ ବିଦ୍ୟୁତ ବିଭାଗର ସତ୍ୟବାଦୀ ଡିଭିଜନର ଅଧିକାରୀ ମାନେ ସେମାନଙ୍କ ମନଇଛା ବିଦଉ୍ୟତ କାଟ କରୁଛନ୍ତି ।ବୋଲି ସତ୍ୟବାଦୀ ବିଦ୍ୟୁତ ଉପଭୋକ୍ତା କମିଟି ଅଭିଯୋଗ କରିଛି  ।  ଏପରିକି କେଉଁ ସମୟରେ ବିଦ୍ୟୁତ କାଟ କରାଯିବ ତାର କୌଣସି ସୂଚନା ଦିଆଯାଉନାହିଁ  । ଅନ୍ୟ ପକ୍ଷେ ବିଦ୍ୟୁତ ବିଭାଗ ପକ୍ଷରୁ ବକେୟା ବିଦ୍ୟୁତ ବିଲ୍ ଯୋର ଜବରଦସ୍ତ ଗ୍ରାମଞ୍ଚଳର ବିଦ୍ୟୁତ ଉପଭୋକ୍ତା ମାନଙ୍କ ଠାରୁ ଆଦାୟ କରାଯାଉଛି । ଏପରିକି ବହୁ ତଳେ ବକେୟା ରହିଥିବା ବିଦ୍ୟୁତ ବିଲ ଶତପ୍ରତିଶତ ଆଦାୟ କରାଯାଉଛି । ଯେଉଁ ଉପଭୋକ୍ତା ମାନେ ବିଦ୍ୟୁତ ଦେୟ ଅଳ୍ପ ପରିମାଣର ଦେଉଛନ୍ତି ସେମାନଙ୍କର ବୁଦ୍ୟୁତ କାଟ କରାଯାଉଛି । ସମସ୍ତ ନିୟମ କାନୁନ ବାହାରେ ବିଦ୍ୟୁତ ଅଧିକାରୀ ମାନେ କାର୍ଯ୍ୟ କରୁଥିବା ଅଭିଯୋଗ ମାନ ହେଉଛି । ଏହି ବିଦ୍ୟୁତଦେୟ ଆଦାୟକୁ ନେଇ ଆଗାମି ନିର୍ବାଚନରେ ବିଜେଡି ଦଳୀୟ ପ୍ରାର୍ଥୀଙ୍କ ଉପରେ ପ୍ରଭାବ ପଡିବ ବୋଲି ଜଣାପଡିଛି । ବିଦ୍ୟୁତ କାଟ ବିସୟରେ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗଯୋଗ କରିବା ପାଇଁ ଫୋନ କଲେ ଫୋନ ଉଠାନ୍ତି ନାହିଁ ଯଦିବା ଉଠାନ୍ତି ତା ହେଲେ ଉତ୍ତର ମିଳେ ପୁରୀରୁ ଲାଇନି କାଟ କରାଯାଇଛି । ଆମ ହାତରେ କିଛି ନାହିଁ  । ସେମାନଙ୍କୁ ପଚାରିଲେ ସେମାନେ କହନ୍ତି ଆମେ ଲାଇନି କାଟୁ ନାହୁଁ ତମର ସେଠାରେ ବିଦ୍ୟୁତ କାଟ କରାଯାଇଛି । ଏବେ କାହା କଥାସତ ସାଧାରଣରେ ଆଲେଚନା ହେଉଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts