ଜାତୀୟ ରାଜପଥ ଉପରେ ଅସହାୟ ବୃଦ୍ଧା ମହିଳା ; ପ୍ରଶାସନର ଆଖି ଆଢ଼ୁଆଳରେ ରହିଯାଉଛନ୍ତି ମହିଳା
ଅତାବିରା--- ବରଗଡ ଜିଲ୍ଲାର ଅତାବିରା ଜାତୀୟ ରାଜପଥ ଉପରେ ଜଣେ ବୃଦ୍ଧା ମହିଳା ନିଜର ଜିବନ ଜିବିକା ବିତାଉଛନ୍ତି । ମହିଳା ଜଣଙ୍କ ପ୍ରାୟ ୫ ବର୍ଷ ହେବ ଏହି ରାସ୍ତା ଉପରେ ରହିଛନ୍ତି । ରାଜ୍ୟରେ ବିଜେଡି ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ସବୁ ଯୋଜନାରୁ ମହିଳା ବଞ୍ଚିତ । ନା ଏମାନଙ୍କର ପରିଚୟ ଅଛି ନା ଏମାନଙ୍କୁ ମିଳୁଛି ଭର୍ତ୍ତା, ରାଶନକାର୍ଡ, ମୋ ଘରଡି÷ହ ସବୁଥିରୁ ବଞ୍ଚିତ । ଜାତୀୟ ରାଜପଥ ହେଉଛ ତାଙ୍କର ପରିଚୟ । ଖରା, ଶୀତ, କାକର ସବୁକୁ ସହି ନେଇଛନ୍ତି ଏହି ବୃଦ୍ଧା ମହିଳା । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଅଞ୍ଚଳରେ କାର୍ଯ୍ୟ କରୁଥିଲେ ମଧ୍ୟ କାହାରି ଆଖିକୁ ଏହି ବୃଦ୍ଧା ମହିଳା ପଡୁନାହାନ୍ତି ତାହା ବୁଦ୍ଧଜିବୀ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଛି । ଏହି ରାସ୍ତା ଦେଇ ମନ୍ତ୍ରୀଙ୍କ ଠାରୁ ଜିଲ୍ଲା ପ୍ରଶାସନ ସମସ୍ତେ ଯିବା ଆସିବା କରିଥାନ୍ତି । ମାତ୍ର ଆଖି ଆଡୁଆଳରେ ରହିଯାଆନ୍ତି ଏହି ଅସହାୟ ବୃଦ୍ଧା ମହିଳା । ତାଙ୍କର ପରିଚୟ ଗ୍ରଶାସନ ପାଖରେ ନାହିଁ । ନିଜ ଜୀବନକୁ ସେ ବାଜି ଲଗାଇ ଜାତୀୟ ରାଜପଥ ଉପରେ ରହିଛନ୍ତି । ବୃଦ୍ଧା ମହିଳା ଜଣକ ବିକୃତ ମସ୍ତିକ ହୋଇ ରାସ୍ତାରେ ଘୁରି ବୁଲନ୍ତି । ମାଗି ଯାଚି ଖାଇଥାନ୍ତି । ଅନେକ ସମୟରେ ଏକ ବାଡି ଧରି ମାଟିକୁ ବାଡେଇ ବାଡେଇ ହନୁମାନଙ୍କ ଭଜନ ଗାଇ ଖୁସି ହୋଇଥିବାର ଦେଖାଯାଏ । ଏହି ରାସ୍ତା ଦେଇ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶହଶହ ଗାଡି ମଟର ଯିବା ଆସିବା କରିଥାଏ । ଅଧିକାଂଶ ସମୟରେ ଏହି ରାଜପଥ ଉପରେ ଦୁର୍ଘଟଣା ମାନ ଘଟୁଥିବାର ନଜର ରହିଛି । ଏଣୁ କୌଣସି ଅଘଟନ ଘଟିବା ଆଗରୁ ପ୍ରଶାସନ ଏହି ଅସହାୟ ବୃଦ୍ଧା ମହିଳାଙ୍କୁ ଉଦ୍ଦାର କରି ଜରା ନିବାସରେ ରଖିବା ପାଇଁ ଜନସାଧାରଣରେ ଦାବୀ ହୋଉଛି । ଅନ୍ୟ ପକ୍ଷେ ଜଣେ ନାରୀ ହୋଇ ଅନ୍ୟ ଜଣେ ନାରୀର ଦୁଖଃ ଦୁରେଇ ବା ପାଇଁ ପୂର୍ବତନ ବିଧାୟିକା ସ୍ନେହାଙ୍ଗୀନି ଛୁରିଆ ଆଗେଇ ଆସିବା ପାଇଁ ଜନସାଧାରଣରେ ଦାବୀ ହେଉଛି ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ