ଜମିଲା ହରିରାଜପୁର ପଞ୍ଛୁଦୋଳ ମେଳଣ ; ୨୯ ତାରିଖରେ ଉଦଯାପିତ
ଡେଲାଙ୍ଗ -- ଓଡିଶା ପ୍ରସିଦ୍ଦ ହରିରାଜପୁର ପଞ୍ଚୁଦୋଳ ମେଳଣ ମଙ୍ଗଳବାର ବିଳମ୍ବିତ ରାତ୍ରରୁ ଜମାଣ ହୋଇଛି । ୨୯ ତାରିଖ ସଂଧ୍ୟାରେ ଠାକୁରଙ୍କ ଦିଅଁ ମେଳଣ ଉତ୍ସବ ତଥା ହରିହର ଭେଟ କରାଯାଇ ଏହି ପଞ୍ଚଦୋଳ ମେଳଣ ଉଦ୍ଯାପିତ ହେବ । ଏହି ମେଳଣର ମୁଖ୍ୟ ଆକର୍ଷଣ ହେଉଛି ଆତସବାଜି ପ୍ରଦର୍ଶନୀ । ବିଭିନ୍ନ ବାଣୁଆ ମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବାଣ ଓ ବିଭିନ୍ନ ମାନସିକ ବାଣ ଏଠାରେ ମରାଯାଇଥାଏ । ଠାକୁରଙ୍କ ଜମିଲା ମେଳଣ ଦିନ ଆତସବାଜି ପ୍ରଦର୍ଶନୀ ଓ ଠାକୁରଙ୍କର ସଲଟଣ ଯିଏ ଥରେ ଦେଖିଛି ସେ ଜୀବନ ଥିବା ପର୍ଯ୍ୟନ୍ତ ଭୁଲି ପାରେ ନାହିଁ । ଏହି ପ୍ରସିଦ୍ଦ ମେଳଣ ପଡିଆ ପିପିଲି -ଜଟଣୀ ରାସ୍ତାର ପିପିଲି ଠାରୁ ୧୦ କି.ମି , ଜଟଣୀ ଠାରୁ ୪ କିମ.ି ଓ ଭୁବନେଶ୍ୱର ଠାରୁ କପିଳପ୍ରସାଦ ରାସ୍ତାରେ ଆସିଲେ ୧୫ କି.ମି ଆସିଲେ ଏହିପ୍ରସିଦ୍ଦ ମେଳଣ ପଡିଆ ଦଣ୍ଡାୟମାନ । ଗଜପତି ନରସିଂହ ଦେବଙ୍କ ଶାସନ ସମୟରେ ୧୬୩୭ ଖୀଷ୍ଟାର୍ଦ୍ଧ ସମୟରୁ ଏହି ଐତିହାସିକ ମେଳଣ ଅନୁଷ୍ଠିତ ହୋଇ ଆସୁଥିବା ଲୋକମୁଖରୁ ଜଣାପଡେ । ମେଳଣ ପଡିଆଟିର ପରିସୀମା ୮୦ ଏକର । ମନ୍ଦିରରେ ସମସ୍ତ ଦେବନୀତି ସମାପନ ପରେ ଠାକୁର ମେଳଣ ର ସ୍ଥାନାଧିପତି ପ୍ରଭୁ ପଶ୍ଚମିାଶମ୍ଭୁ ସେମାନାଥ ଦେବ, ପ୍ରଭୁ ଗୋପାଳଜୀଉ ଓ ବାଳମୁକୁନ୍ଦଦେବଙ୍କ ସହ ମିଶି ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ପଶ୍ଚିମ ଦ୍ୱାର ପଟେ ବାହାରିଥାଆନ୍ତି । ମନ୍ଦିର ଠାରୁ ଏକ ବିରାଟ ପଟୁଆରରେ ମେଳଣ ପଡିଆକୁ ଯାତ୍ରା କରିଥିଲେ । ମେଳଣର ମୁଖ୍ୟ ଆର୍କଷଣ ହୋଉଛି ଗୋପାଳଜୀଉ ଓ ବାଳମୁକୁନ୍ଦଦେବ, ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ସୁସଜ୍ଜିତ ବିମାନ ସହିତ ସଲଟନ ଓ ଆତସବାଜି ପ୍ରଦର୍ଶନ । ପାରମ୍ପରିକ ଘୋଡାନାଚ, ନାଗାନୃତ୍ୟ, ବୁଡାବୁଢ଼ି, ଶଖୀ, କଣ୍ଡେଇନୃତ୍ୟ, ଦୁର୍ଗା ମେଡ, ବଗ ବଗୁଲି, ସିଂହ, ଷଣ୍ଢନୃତ୍ୟ ସହିତ ଭଜନକୀର୍ତନ, ବାଦ୍ୟବିଚିତ୍ରା, ଘଣ୍ଟଘଣି୍ଠ, ତୁରୀ ଓ ଶଙ୍ଖ, ହରିବୋଲ ,ହୁଳହୁଳି ଧ୍ୱନିରେ ମେଳଣ ପଡିଆରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସେହିପରି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଦେବ ବିଗ୍ରହ ବୁଢାପଦାର ସୋମନାଥଦେବ, ଛଣଘରର ଗତିଶ୍ୱେରଦେବ, କନ୍ତିଆ ଗ୍ରାମର ବାଲୁଙ୍କେଶ୍ୱରଦେବ ଓ ଟାଙ୍ଗିଭଁସର ଗ୍ରାମର ନୀଳକଣ୍ଠେଶ୍ୱର ଦେବଏହି ମେଳଣରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଗ୍ରାମ ମାନଙ୍କରୁ ଏ ବର୍ଷ ପ୍ରାୟ ୭୮ଟି ବିମାନଏହି ମେଳଣରେ ଅଂଶଗ୍ରହଣ କରିଥିଲେ । ମେଳଣ ପଡିଆ ମଧ୍ୟରେ ମେଳଣ ପରିଚାଳନା ପରିଷଦ , ଉତ୍କଳ ଗୌରବ ଯୁବ ସଂଗଠନ, ପଶ୍ଚିମାଶମ୍ଭୁ ଯୁବ ସଂଗଠନ, ସୋମନାଥ ଦେବ ୟୁଥକ୍ଳବ, ପଶ୍ଚିମାଶମ୍ଭୁ ପଞ୍ଚୁଦୋଳ କ୍ଳବ, ସୋମନାଥ ଦେବ ଦୋଳ ନିର୍ମାଣ ଓ କୁଞ୍ଜ ନିର୍ମାଣ ସମିତି, ଗଜପତି ବାସନ୍ତୀ କ୍ଳବ ଓ ହରିରାଜପୁର ଗ୍ରାମ ବାସୀଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରଙ୍ଗବେରଙ୍ଗର ଆଲେକମାଳା ଓ ଚିତାକର୍ଷକ ଆତସବାଜି ପ୍ରଦର୍ଶନରେ ମେଳଣ ପଡିଆ ଝଲସି ଉଠିଥିଲା । ପଡିଆରେ ଏବର୍ଷ ପ୍ରାୟ ୧୨୪୦ ଟି ଉଠାଦେକାନର ପସରା ଖୋଲିଥିଲା । ଓରମାସ୍ ପକ୍ଷରୁ ଖୋଲିଥିବା ଷ୍ଟଲରେ ମୁଖ୍ୟ ଆକର୍ଷଣ ଥିଲା ଡେଲାଙ୍ଗ ମିଶନଶକ୍ତି ମହିଳା ମହାସଂଘ ପକ୍ଷରୁ ଖୋଲିଥିବା ବିଭିନ୍ନ ଷ୍ଟଲ । ଏହି ଷ୍ଟଲ ପଡିଆ ମଧ୍ୟରେ ମିନା ବଜାର ରଖାଯାଇଛି । ଏଠାରେ ବିଭିନ୍ନ ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ଘର ଉପକରଣ ସମାଗ୍ରୀ ଷ୍ଟଲରେ କିଣା ବିକା କରାଯାଇଥିଲା । ମିଶନଶକ୍ତି ମହିଳା ମହାସଂଘର ସଭାନେତ୍ରୀ ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁଙ୍କ ସହିତ କବିତା ପ୍ରଧାନ, ଭାରତୀ ଚମ୍ପତି, ପ୍ରତିମା ଦାସ ଅନ୍ୟ ସଦସ୍ୟ ମାନେ ଏହି ଷ୍ଟଲର ଦାୟତ୍ୱ ଗ୍ରହଣ କରିଛନ୍ତି । ମେଳଣକୁ ଆସୁଥିବା ଲକ୍ଷାଧିକ ଲୋକଙ୍କ ସୁବିଧା ନିମନ୍ତେ ଅଗ୍ନିଶମ ସେବା, ପାନୀୟ ଜଳଯୋଗାଣ ବ୍ୟବସ୍ଥା , ସୂଚନା କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ୍ୟସେବା ସହିତ ଜରୁରୀକାଳୀନ ପାଇଁ ୧୦୮ ଆମ୍ବୁଲାନ୍ସର ସୁବିଧା କରାଯାଇଛି । ମେଳଣରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କେତକ ଯୁବକ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏବଂ ଅସମାଜିକ ଯୁବକ ମାନଙ୍କ ପ୍ରତି ନର୍ଜର ରଖିବା ସହ ଅସୁବିଧା କିମ୍ବା ହଜିଯାଉଥିବା ବ୍ୟକ୍ତି ମାନଙ୍କୁ ଉଧାର କରିବା ପାଇଁ କମିଟି ସଂପୁର୍ଣ୍ଣ ଭାବରେ ପ୍ରଶାସନକୁ ସହଯୋଗ କରିଥିଲା । ମେଳଣରେ ବିଭିନ୍ନ ଜିଲାରୁ ପ୍ରାୟ ୫ରୁ ୭ ଲକ୍ଷ ଶ୍ରଦ୍ଦାଳୁଙ୍କ ଭଡ ପରିଲକ୍ଷିତ ହେବାକୁ ଲକ୍ଷ୍ୟ କରି ପୁରୀ ଏସପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶରେ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଓ ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରକାଶ ମଲିକଙ୍କ ସହିତ ୨୦ ପୁଲିସ ଅଧିକାରୀ ଓ ୨ପ୍ଳାଟୁନ ପୋଲିସ ଫୋର୍ସ ୬୦ ଜଣ ହେମଗାର୍ଡ ସହିତ ୨୦ ଜଣ କନେଷ୍ଟବଳ ମୁତୟନ କରାଯାଇଛି ବୋଲି ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ ଓ ଅତିରିକ୍ତ ତହସିଲଦାର ସମରେନ୍ଦ୍ର ଭୂତିଆ ମାଜିଷ୍ଠ୍ରେଟ ଭାବରେ ଦାୟତ୍ୱ ତୁଲାଇଛନ୍ତି । ।
ଆତସବାଜି ପ୍ରଦର୍ଶନରେ ମେଳଣ ପଡିଆ ଚମକିଲା
ଡେଲାଙ୍ଗ--- ହରିରାଜପୁର ମେଳଣ ପଡିଆରେ ପ୍ରାୟ ଏକ କିଲୋମିଟର ବ୍ୟାପି ଆତସବାଜି ପ୍ରଦର୍ଶନ ହୋଇଥିଲା । ଏଥିରେ ପୁରୀ, ବହ୍ମପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା, ଡେଲାଙ୍ଗ, କଣାସ ଆଦି ବିଭିନ୍ନ ଅଞ୍ଚଳରୁ ବାଣୁଆ କାରିଗର ମାନେ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେମାନଙ୍କ ହାତ ତିଆରି ବାଣ ଆକାଶରେ ରଙ୍ଗବେରଙ୍ଗ ଆଲୋକ ଉପସ୍ଥିତ ଥିବା ଲକ୍ଷାଧିକ ଦର୍ଶକ ମାନଙ୍କୁ ବେଶ ଆର୍କଷଣ କରିଥିଲା । ପ୍ରତିବର୍ଷ ଏହି ମେଳଣରେ ନୂତନ ଧରଣର ବାଣ ଦେଖିବାକୁ ମିଳିଥାଏ । ବିଶେଷ କରି ଚକ୍ରି, ଉପରଚକ୍ରି, ଘଡି, ଗଛବାଣ, ଧପଧପି, ଗଡମ୍ଭା, ତାଳପୋଟୋକି, ରକେଟ, ଚେଙ୍ଗ, ଆକାଶଦ୍ୱୀପ, ବିଭିନ୍ନ ନାମରେ ନାମିତ ବାଣ ଏଠାରେ ପ୍ରଦର୍ଶୀତ ହୋଇଥାଏ ।
ହରିରାଜପୁର ମହୋତ୍ସବ ଉଦ୍ଘାଟିତ
ଡେଲାଙ୍ଗ----- ଜଟଣୀ ନିକଟବତୀ ବା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁରଠାରେ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପ୍ରସିଦ୍ଧ ପଞ୍ଛୁଦୋଳ ମେଳଣ ଉତ୍ସବ ମଙ୍ଗଳ୍ରବାର ବିଳମ୍ବିତ ରାତିରୁ ଅନୁଷ୍ଠିତ ହୋଇଯାଇଛି । ଏହି ମେଳଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗ୍ରାମର ଓଡିଆ ଅନୁଷ୍ଠାନ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ହରିରାଜପୁର ମହେତ୍ସବକୁ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବ୍ଳକ ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଗୋଟିପୁଅ ଓଡିଶୀ ୍ରନୃତ୍ୟ, ମାହାରୀ ନୃତ୍ୟ ଓ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିପାରିଥଲା ।ଓଡିଆ ଅନୁଷ୍ଠାନର ଉପସଭାପତି ପ୍ରଭାତ କୁମାର ପୁଷ୍ଠି ସଭା ପରିଚାଳନା କରିଥିଲେ । ଓଡିଆ ଅନୁଷ୍ଠାନର ସଭାପତି ତାପସ ରଂଜନ ମହାରଥୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନର ସଂପାଦକ କ୍ଷୀତିଶି ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ ।
ହରିରାଜପୁର ମେଳଣ ବୁଲିଲେ ବିଧାୟକ ଶ୍ରୀ ମହାରଥୀ ---
ଡେଲାଙ୍ଗ ବ୍ଳକର ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ ପଡିଆ ବୁଲିଲେ ବିଧାୟକ ପ୍ରଦୀପ ମହାରଥୀ । ତାଙ୍କ ସଙ୍ଗେ ଦଳୀୟ କର୍ମୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ସେ ପ୍ରଥମେ ବାବା ପଶ୍ଚିମଶମ୍ବୁ ସୋମନାଥଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିବା ସହ ଠାକୁରଙ୍କ ଠାରୁ ଆର୍ଶିବାଦ ଭିକ୍ଷା କରିଥିଲେ । ସେବାୟତ ମାନଙ୍କ ପକ୍ଷରୁ ତାଙ୍କୁ ବେଲପତ୍ର ପ୍ରସାଦ ଭାବରେ ପ୍ରଦାନ କରାଯାଇଥିଲା । ମେଳଣ କମିଟିର ମୁଖିଆ ମାନଙ୍କ ସହ ଯେପରି ଶାନ୍ତି ଶୃଙ୍ଖଳାରେ ମେଳଣ ଯାତ୍ରା ଶେଷ ହେବ ସେଥିପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ପ୍ରଶାସନିକ ବିଭାଗ ପକ୍ଷରୁ କରାଯାଇଥିବା ଆୟୋଜନ ସମ୍ପର୍କେ ଆଲେଚନା କରି ଥାନା ଅଧିକାରୀ ଓ ତହସିଲଦାରଙ୍କୁ ସାଧୁବାଦ ଜଣାଇଥିଲେ । ବିଶେଷ କରି ଯୁବକ ମାନଙ୍କୁ ମେଳଣରେ ଶାନ୍ତି ବଜ।।ୟ ରଖିବାକୁ ସେ ପରମର୍ଶ ଦେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଳଣ ପଡିଆରେ ବସି ରହିଥିଲେ । ସେହିପରି ସାଂସଦ ପିନାକୀ ମିଶ୍ର ମଧ୍ୟ ମେଳଣ ପଡିଆ ବୁଲିବା ସହ ଠାକୁରଙ୍କୁ ଦର୍ଶନ କରି ଫେରିଯାଇଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି