Breaking News

ହୋଟେଲ ଚୁଲି ଉପରକୁ ଚଡିଗଲା କାର ; ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

 ସାକ୍ଷୀଗୋପାଳ ----  ଭୁବନେଶ୍ୱର- ପୁରୀ  ଜାତୀୟ ରାଜପଥ ନଂ୩୧୬ ର ସତ୍ୟବାଦୀ ଥାନା ଅନ୍ତର୍ଗତ  କାଦୁଆ ଛକ ଠାରେ ହୋଟେଲ ଚୁଲି ଉପରକୁ ମଙ୍ଗଳବାର ରାତିରେ ଏକ କାର ଚଡିଯାଇଛି   ।  କାରଟି ହୋଟେଲର ଚୁଲି ଉପରକୁ ଆଗ ପଟୁ ନ ଚଡି ପଛପଟୁ ଚଡି ଯାଇଛି ।  ବିଭିନ୍ନ ସମୟରେ ଦେଖାଯାଇଛି ଗାଡି ଆଗପଟୁ ଘର, ଦେକାନ  ଉପକରୁ ଆଗ ପଟୁ ମାଡି ଯାଇଥାଏ  । ମାତ୍ର ଏଠାରେ କାରଟି ପଛପଟୁ  ଚଡିଯାଇଛି । ଯିଏ ଦେଖୁଛି ସେ କିଛି ସମୟ ପାଇଁ ସେଠାରେ ଅଟକି ଯାଉଛି । କାରଟି କିପରି ପଛପଟୁ ଚଡିଲା ତାହା ଆଲେଚନା ବିସୟ ହେଇଛି । ଭୁବନେଶ୍ୱର- ପୁରୀ  ଜାତୀୟ ରାଜପଥ ଉଭୟ ପାଶ୍ୱର୍ରେ  ଛତୁ ଫୁଟିଲା ଭଳି ହୋଟେଲ, ପାନ ଦେକାନ, ଚା ଦେକାନ ଖୋଲିଛି  । ବିଳମ୍ବିତ ରାତିରେ ଉକ୍ତ ଦେକାନ ଗୁଡିକ ଖୋଲା ଖୋଲି ଭାବରେ ନିଶା କାରବାର ଚାଲୁଛି ବୋଲି ଯୁବକ ମାନେ ଅଭିଯୋଗ କରିନ୍ତି ।   କାଦୁଆ ଛକରେ ଥିବା ମା ଲକ୍ଷ୍ମୀ ହୋଟେଲରେ  ଓଡି, ୦୨, ଏଡି, ୧୬୯୫ କାରର ଗାଡି ଚାଳକ ଗାଡି ରଖି ଖାଇଥିଲେ  । ସେହି ସମୟରେ କାର ପଛରେ ଓଡି. ୧୩  .ଜି, ୬୭୫୦ ପଲସର ମଟର ସାଇକେଲ ରଖି ଯୁବକ ଜଣକ ମଧ୍ୟ ଉକ୍ତ ହୋଟେଲରେ ଖାଇଥିଲେ । କାର ଡ୍ରାଇଭର ଖାଇକି ଉଠି ଗାଡିରେ ଚାବି ଲଗାଇ ଷ୍ଟାଟ କରିଥିଲେ  । ମାତ୍ର ଗାଡିରେ ବ୍ୟାକ ଗିଅର ପକାଇ ଦେଇ ଗାଡିର ଗତି ବଡାଇ ଦେବାରୁ କାରଟି ପଛୁଆ ହୋଟେଲର ଚୁଲି ଅର୍ଥାତ ପଛରେ ଥିବା ମଟର ସାଇକେଲ ଉପରେ ଚଡି ପ୍ରାୟ ୩ ଫୁଟ ଉଚ୍ଚତାକୁ ଚଡି ଯାଇଥିଲା  । ହୋଟେଲରେ ଖାଉଥିବା ଲୋକମାନେ ପାଟିତୁଣ୍ଡ କରିବାରୁ କାର ଚାଳକ ଗାଡି ଅଟକାଇଥିଲେ । ସେତେବେଳକୁ ମଟର ସାଇକେଲ ଓ କାରଟି ଭାଙ୍ଗିରୁଜି ଯାଇଥିଲା  । ଉକ୍ତ ରାସ୍ତାରେ ଯିଏ ଯାଉଥିଲେ ସେ କିଛି ସମୟ ପାଇଁ ଗାଡି ଅଟକାଇ ନିଜ ମୋବାଇଲିରେ ଏହି ଦୃଶ୍ୟର ଫଟୋ ଉଠାଇବା ସହ ମଦର କରାମତି କ’ଣ ତାହା କଥା ବାର୍ତ୍ତା ହେଉଥିଲେ  । ନିଶାଗସ୍ତ ଡ୍ରାଇଭର ନ ହେଲେ ଏତେ ଉଚ୍ଚତାକୁ କାର ଚଡାଇବା ସହଜ କଥା ନୁହେଁ ବୋଲି ଆଲୋଚନା କରୁଥିବା ର ଜଣାପଡିଛି ।  ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts