Breaking News

ଇଟାଭାଟି ମାଫିଆଙ୍କ କବଳରୁ ଖସି ଆସିଲେ ସ୍ୱାମୀ; ସ୍ତ୍ରୀକୁ ଉଦ୍ଧାର କରିବା ପାଇଁ ନିବେଦନ

ଅତାବିରା-- ବରଗଡ ଜିଲ୍ଲାର ଜଣେ ଯୁବକ ଦାଦନ ଖଟିବାକୁ ଯାଇ ନିଜ ଜିବନ ରକ୍ଷା କରିଥିବା ବେଳେ ନିଜର ସ୍ତ୍ରୀର ଜିବନ ରକ୍ଷା ପାଇଁ ଆକୁଳ ନିବଦେନ କରିଛନ୍ତି । କାମ ଧନ୍ଦା ନ ଥିବାରୁ ବରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଯୁବକ ମହିଳା ମାନେ ଦାଦନ ଖଟିବା ପାଇଁ ପାଖ ରାଜ୍ୟକୁ ଯିବାକୁ ବାଧ୍ୟ ହୋଉଛନ୍ତି । ଏଠାରେ କାମ ନ ଥିବାରୁ କିଛି ପଇସା ଓ ବଞ୍ଚିବା ପାଇଁ ଲୋକମାନେ ଦାଦନ ଯାଉଥିବାର ପ୍ରମାଣ ମିଳିଛି । ଘଟଣା ସୁତ୍ରରୁ ପ୍ରକାଶ ଯେ ଗାଇସିଲେଟ ଥାନା ଅନ୍ତର୍ଗତ କନ୍ଦମୁଣ୍ଡା ଗ୍ରାମର ୰ ଭୀମସେନ ପୁଟେଲ ଙ୍କ ପୁତ୍ର ଆନନ୍ଦ ପୁଟେଲ ( ୨୪)ଙ୍କ ମିତ ବଲାଙ୍ଗୀରି ଜିଲ୍ଲାର ଖପ୍ରାଖୋଲ ଥାନା ଅନ୍ତର୍ଗତ ବଗଡିଆ ଗ୍ରାମର ଆନନ୍ଦ ବାଗଙ୍କ କଥାକୁ ବିଶ୍ୱାସ କରି ଅଧିକ ଅର୍ଥ ରୋଜଗାର ଲାଲସା ଦେଖାଇ ପାଖ ତେଲେଙ୍ଗାନା ରାଜ୍ୟକୁ ନେଇଥିଲା  । ଲୋଇସିହା ଥାନା ଅନ୍ତର୍ଗତ ଉଚ୍ଚବପାଲି ଗ୍ରାମର ୧୧ଜଣଙ୍କ ସହିତ ଆନନ୍ଦ ତା ସ୍ତ୍ରୀ ସହିତ ଯାଇଥିଲା  । ତେଲେଙ୍ଗାନ ରାଜ୍ୟର ମନାଚିରିଆଲାଲ ଜିଲ୍ଲାର ଗଳେଇପାଲି ଗ୍ରାମରେ ଇଟା ଗଡିବା ପାଇଁ ଦାଦାନ ଶ୍ରମିକ ଭାବରେ ସେଠାକୁ ଦଲାଲ ତଥା ଆନନ୍ଦଙ୍କ ମିତ ଆନନ୍ଦ ଏମାନଙ୍କୁ ନେଇଥିଲା  । ସେଠାରେ ଏମାନେ ୪ ମାସ କାମ କରିବା ପରେ ପଇସା ମାଗିବାରୁ ଇଟା ଭାଟି ମାଲିକ ଶାରିରୀକ, ମାନସିକ ନିର୍ଯ୍ୟାତନ  ଦେବା ସହ ଖାଇବାକୁ ନ ଦେଇ ଭୋକ ଉପାସରେ କାମ କରିବାକୁ ବାଧ୍୍ୟ କରୁଥିଲା  । ପ୍ରତିବାଦ କରିବାରୁ ବିଭିନ୍ନ ଭୟ ଦେଖାଇବାରୁ ନିଜ ଜିବନ ବଞ୍ଚାଇବାକୁ ଯାଇ ଚୁପ ରହି କାମ କରୁଥିଲୁ  । ମାତ୍ର ସହିବାର ଶେଷ ସୀମା ଟପିଯିବା ପରେ ଅନ୍ୟ ଜଣେ ଶ୍ରମିକ ବିଜୟ ବେହେରାଙ୍କ ସହିତ ଆନନ୍ଦ ସେଠାରୁ ଲୁଚିଛପି ନିଜ ଜୀବନକୁ ବାଜି ଲଗାଇସେଠାରୁ ଖସି ପଳାଇ ଆସିବାରେ ସକ୍ଷମ ହୋଇଛନ୍ତି । ଇଟାଭାଟି ମାଳିକକୁ ପଇସା କଥା ପଚାରିବାରୁ ସେ କହନ୍ତି ତମ୍କୁ ଯିଏ ଏଠାକୁ ଆଣିଥିଲା ଆନନ୍ଦ ସେ ସମସ୍ତଙ୍କ ପଇସା ନେଇଯାଇଛି । ତମେ ଏଠାରେ କାମ କରିବ ସେ ତମ ଘରକୁ ପଇସା ପଠେଇ ଦେଇଛି । ମାତ୍ର ମିତ ଆନନ୍ଦ  କଥାକୁ ବିଶ୍ୱାସ କରି ଆନନ୍ଦ ଏବେ ପସିଯାଇଥିବା ଜନସାଧାଣରେ ଆଲେଚନା ହୋଉଛି । ଅନ୍ୟ ପକ୍ଷେ ଗାଇସିଲେଟ ଥାନାରେ ଆନନ୍ଦ ପୁଟେଲ ତା ସ୍ତ୍ରୀ ସହିତ ଅନ୍ୟ ୧୧ ଜଣ ଦାଦାନ ଶ୍ରମିକଙ୍କୁ ଉଦ୍ଦାର କରିବା ପାଇଁ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଗାଇସିଲେଟ ଥାନା ଅଧିକାରୀ ଠାକୁର ଦାସ ମୁର୍ମୁ ତୁରନ୍ତ ଏକ କେସରୁଜ କରି ସେଠାରେ ଅଟକ ଥିବା ଶ୍ରମିକ ମାନଙ୍କୁ ବହୁଶିଘ୍ର ଉଦ୍ଦାର କରାଯିବ ବୋଲି କହିଛନ୍ତି  ।
ବରଗଡରୁ ନବୀନ ଦାଶ

Blog Archive

Popular Posts