ହରିରାଜପୁରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ଡେଲାଙ୍ଗ -----ଡେଲାଙ୍ଗ ବ୍ଳକର ହରିରାଜପୁର ଗ୍ରାମ ପଞ୍ଚାୟତରେ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା । ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତର ବିଭିନ୍ନ ମହିଳା ଗୋଷ୍ଠୀ ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଗାମୀ ୨୬ ତାରିଖ ଦିନ ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ ଅନୁଷ୍ଠିତ ହେବ । ଏଥି ପାଇଁ ହରିରାଜପୁର ଗ୍ରାମ ଓ ମେଳଣ ପଡିଆ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେମିଶନ ଶକ୍ତି ମହିଳା ସଂଘର ସଭାନେତ୍ରୀ ବିଦୁଲତା ସ୍ୱାଇଁ, ସଭ୍ୟା ପ୍ରତିମା ମହାନ୍ତି, ବନିତା ଦାସ, ସ୍ୱର୍ଣ୍ଣମୟୀ ଜେନା, ରୁନା ନନ୍ଦ, ମିନାକ୍ଷୀ ପ୍ରଧାନ, ଅଭିଷ୍ପା ପିୟଦର୍ଶନୀ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି