Breaking News

ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ମାରପିଟ; ଜଣେ ଗିରଫ

ଡେଲାଙ୍ଗ ---ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତ ମାଛପଡା ଗ୍ରାମର ମନୋରଞ୍ଜନ ପ୍ରଧାନ ଗ୍ରାମର ଅଷ୍ଟପ୍ରହରୀ ନିମନ୍ତ୍ରଣ ପତ୍ର ବାଣିଟି କରି ଫେରୁଥିବା ସମୟରେ ସେହି ଗ୍ରାମର କାଜୁଆ ଛାଟୋଇ( ୨୦) ତାଙ୍କୁ ଏକ ଲୁହାରଡ ସାହାର୍ଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ  । ଏଥିରେ ମନୋରଞ୍ଜନ ଆହତ ହୋଇ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଥିଲେ  । ଏ ନେଇ ୨୬ ତାରିଖ ଦିନ ଡେଲାଙ୍ଗ ଥାନାରେ ମନୋରଞ୍ଜନ ଲିଖିତ ଅଭିଯୋଗ କରିଥିଲେ  । ତାଙ୍କ ଅଭିଯୋଗକୁ ଆଧାର କରି ଡେଲାଙ୍ଗ ଥାନା ୩୮/୧୯ରେ ଏକ କେସରୁଜ କରି ଅଭିଯୁକ୍ତ କାଜୁଆଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି ବୋଲି ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts