କାକଟପୁର---ପୁରୀ ଜିଲ୍ଲାର କାକଟପୁର ନିବାସୀ ମା ଜଗଦାତ୍ରୀ ଦେବୀ ଜଗଜ୍ଜନନୀ ମା’ ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଯାତ୍ରା ପାରମ୍ପାରିକ ନୀତିକାନ୍ତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପଥା ଅନୁସାରେ ମନ୍ଦିରରେ ନେତବନ୍ଧା ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ର ଦେଖିବା ପାଇଁ ଆଖପାଖ ସହିତ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ଏହି ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ରାତି ୩ଟାରୁ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ ସହ ମାଙ୍କ ସ୍ନାନ ଓ ମାଜଣା ନୀତିକାନ୍ତି ସରିବା ପରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦ୍ୱାର ଉନ୍ନୋଚିତ କରାଯାଇଥିଲା । ଭକ୍ତ ମାନେ ଲମ୍ବା ଧାଡିରେ ଯାଇ ମାଙ୍କୁ ଦର୍ଶନ କରିଥିଲେ । ସେହିପରି ବିଭିନ୍ନ ଗ୍ରାମ ଦାଣ୍ଡରେ ମହିଳା ମାନେ ଏକାଠି ହୋଇ ନିଜ ପରିବାରର ଶୁଭ କାମନା କରି ପନ୍ଥେଇ ପୂଜା କରିଥିଲେ । ଅନ୍ୟ ପକ୍ଷେ କେତେକ ମହିଳା ନିଜର ସ୍ୱାମୀ ଓ ସନ୍ତାନ ମାନଙ୍କ ଶୁଭ ପାଇଁ ମନ୍ଦିର ବେଡାରେ ଅରୁଆ ଚାଉଳ ସହିତ ବିରି ବୁଣି ଜାମୁ ଡାଳରେ ଓଲାଇଲେ ନିଜର ମାନସିକ ପୁର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ଜନ ମାନସରେ ରହିଛି । ମନ୍ଦିର ବେଢ଼ାରେ ପନ୍ଥେଇ ପୂଜା ମହିଳା ମାନେ କରିଥିଲେ । ମା ଙ୍କର ରାଜରାଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ । ଶାରଳା ପୀଠରୁ ଆସିଥିବା ରାଉଳ ସେବକ ଓ ଭୋଇ ସେବକ ମାନେ ଘଣ୍ଟଘଣ୍ଠା, ହୁଳହୁଳି ଓ ହରିବୋଲ ପକାଇ ଘଟପାଟୁଆ ମାନେ ପାଣିତୋଳି ଫେରିବା ପରେ ମାଙ୍କ ଠାରୁ ଆଜ୍ଞାମାଳ ପାଇବା ପରେ ମନ୍ଦିର ବେଢ଼ା ଓମନ୍ଦିର ସିଂହଦ୍ୱାରରେ ଘଟପାଟୁଆ ନୃତ୍ୟ ପରିବେଷଣ କରିଥିଲେ । ମଧ୍ୟାହ୍ନରେ ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ନିବାପଡାରୁ ଜୟନ୍ତ ସେଠୀ