ସାଗରସ୍ନାନ ପାଇଁ ପ୍ରସ୍ତୁତି ବୈଠକ
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ବ୍ଳକ ଅନ୍ତର୍ଗତ ବରାଳ ଗ୍ରାମରେ ଥିବା ବାଲୁଙ୍କେଶ୍ୱର ମନ୍ଦିର ମଣ୍ଡପ ଠାରେ ଅପରାହ୍ନରେ ସାଗରସ୍ନାନ ବା ବାରୁଣୀବୁଡ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୩ ତାରିଖରେ ଏହି ଯାତ୍ରା ଅନୁଷ୍ଠିତ ହେବ । ବିଡିଓ ଶିବାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ବୈଠକରେ ତହସିଲଦାର କାଜଲ ପ୍ରଧାନ, ସତ୍ୟବାଦୀ ଥାନା ଆଇଆଇସି ତପନ କୁମାର ରାଉତ, ଜଳସଂପଦର ସହକାରୀ ଯନ୍ତ୍ରୀ କାଳୁଚରଣ ପଲେଇ, ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦିପକ କୁମାର ସାହୁ, ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ ପାତ୍ର, ବରାଳ ଟ୍ରଷ୍ଟ ବୋର୍ଡର ସଭାପତି ବସନ୍ତ କୁମାର ପ୍ରଧାନ, ବଳପୁର ବାଲୁଙ୍କେଶ୍ୱର ଦେବଙ୍କ ଟ୍ରଷ୍ଟ ବୋର୍ଡର ସଭାପତି ନିରଞ୍ଜନ ମହାପାତ୍ର,ସୁଆଣ୍ଡୋ ଲୋକେଶ୍ୱର ଦେବଙ୍କ ଟ୍ରଷ୍ଟି ଯୋଗେନ୍ଦ୍ର ନାଥ ଦାଶ ଓ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶଙ୍କ ପ୍ରମୁଖ ଯୋଗଦେଇ ଆଲେଚନାରେ ଅଂଶଗ୍ରହଣ କରିଥିଲେ । ଆଇନଶୃଙ୍ଖଳା, ରାସ୍ତା ଘାଟ, ପାନୀୟ ଜଳ, ଆଲୋକ, ଅଗ୍ନିଶମ, ସ୍ୱାସ୍ଥ୍ୟ, ଜଳସଂପଦ ବିଭାଗ ଓ ବିଭିନ୍ନ ପଦାଧିକାରୀ ମାନଙ୍କ ସହ ଆଲେଚନା କରାଯାଇଥିଲା । ସୁଚନାଯୋଗ୍ୟ ଯେ ବଳପୁର ଘାଟ ଓ ବାରିକେଟ ସାକ୍ଷୀଗୋପାଳ ଜଳ ସଂପଦ ବିଭାଗ କରିବା ବେଳେ ସୁଆଣ୍ଡୋ ଘାଟ ଓ ବାରିକେଟ ନିମାପଡା ଜଳ ସଂପଦ ବିଭାଗ କରିବା ପାଇଁ ଆଜିର ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ସାକ୍ଷୀଗୋପାଳ ଫେଡକୋ ପକ୍ଷରୁ ନଦୀର ଉଭୟପାଶ୍ୱର୍ ଆଲୋକ କରଣ କରିବେ । ସ୍ୱଚ୍ଚତା ଓ ପାନୀୟ ଜଳ ଯୋଗାଣ ବଳପୁର ଓ କାଦୁଆ ଗ୍ରାମ ପଞ୍ଚାୟତକରିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିବା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପହଲ୍ଲାଦ ଘଟୁଆରୀଙ୍କ ଠାରୁ ସୂଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି