Breaking News

ବିଜେଡି ଦଳରୁ ଇସ୍ତଫା ଦେଲେ ଜୟନ୍ତ

 ସାକ୍ଷୀଗୋପାଳ--- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ନ ହେବାରୁ ପୁରୀର ପୂର୍ବତନ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଇସ୍ତାଫା ଦେଇଥିବା ଜଣାପଡିଛି । ୨୦୧୯ ମସିହାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ପ୍ରର୍ଥୀ ହେବା ପାଇଁ ଆବେଦନ କରିଥିଲେ  । ତାଙ୍କୁ ପ୍ରାର୍ଥୀ ନ କରାଯିବାରୁ ସେ ଆଜି ଇସ୍ତାଫା ଦେଇଥିବା ଘୋଷଣା କରିଛନ୍ତି । ବିଶେଷ ସୁତ୍ରରୁ ଜଣାପଡିଛି ପୁରୀ ବିଧାନସଭା ଆସନ ପାଇଁ ବିଜେପି ଦଳ ପକ୍ଷରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡିଛି । ଯାହାକି ମହେଶ୍ୱର ମହାନ୍ତିଙ୍କର ଜଣେ ଶିଷ୍ୟ ଭାବରେ ସେ ପୁରୀରେ ପରିଚିତ  । ଯଦି ଜୟନ୍ତ( ନୀଲୁ) ପୁରୀରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ତା ହେଲେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ଜନସାଧାରଣରେ ଆଲେଚନା ଆରମ୍ଭ ହୋଇଯାଇଛି । ଅନ୍ୟ ପକ୍ଷେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହେବାର ଅଧିକ ସମ୍ଭାବନା ରହିଥିବା ଜଣାପଡିଛି । ଦେଖାଯାଉ ଜୟନ୍ତ ଷଢ଼ଙ୍ଗୀ ନିର୍ବାଚନକୁ ଓହ୍ଳାଇବେ ନା ଚୁପ ହୋଇ ବସିବେ ସମୟକୁ ଅପେକ୍ଷା  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts