Breaking News

ପୋଖରିରେ ବୁଡିଯାଇ ଯୁବକଙ୍କର ମୃତ୍ୟୁ

 ସାକ୍ଷୀଗୋପାଳ--  ସତ୍ୟବାଦୀ ଥାନା  ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତ ବାସୁକେରା ଗ୍ରାମର ସତ୍ୟପିୟ ପ୍ରଧାନ (୪୮)ଙ୍କର ରବିବାର ଦିନ ପୋଖରିରେ ବୁଡି ମୃତ୍ୟୁ ହୋଇଯାଇଛି । ପୂବାହ୍ନରେ ଘର ପାଖ ବନ୍ତେଶ୍ୱର ପୋଖରୀକୁ ଗାଧେଇବାକୁ ଯାଇଥିଲେ  ।  ଉକ୍ତ ଗ୍ରାମର କିଛି ଯୁବକ ଗାଧେଇବାକୁ ଯିବା ସମୟରେ ତୁଟରେ ଲୁଗାପଟା ଚପଲ ଅଛି କେହି ନଥିବା ଦେଖିବାକୁ ପାଇଥିଲେ  । ଅନ୍ୟ ପକ୍ଷେ ସନ୍ଦେହରେ ପାଣି ଭିତରେ ଖୋଜିଥିଲେ  ।   ପାଣିରୁ ଯୁବକଙ୍କୁ ଉଦ୍ଦାର କରି ତାଙ୍କ ଘରକୁ ଖବର ଦେବା ସହ ସାକ୍ଷୀଗୋପାଳ ମେଡିକାଲକୁ ନେଇଥିଲେ  । ମେଡିକାଲ  ଡ. ସିର୍ଦ୍ଦାଥ ରାଉତ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ  । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ କେସ ରୁଜ କରି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ଏହି ଖବର ଗ୍ରାମରେ ପ୍ରଚାର ହେବାପରେ ଶୋକର ଛାୟା ଖେଳିଯାଇଥିଲା  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts