ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ଓ ଶକ୍ତି ପ୍ରତିଷ୍ଠା
ସାକ୍ଷୀଗୋପାଳ -----ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଚକ୍ରପଡା ଗ୍ରାମରେ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ନୂତନ ମନ୍ଦିର ସହିତ ଲିଙ୍ଗ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି । ଅଙ୍କୁରାରୋପଣ, କଳସଯାତ୍ରା ଓ ସ୍ଥାପନ, ମହାସ୍ନାନ, ଶୟନ, ଚର୍ମାବରଣ ଆଦି ନୀତି କରାଯାଇ ବୁଧବାର ଦିନ ଅପରାହ୍ନରେ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣାହୂତି ଦେଖିବା ସହ ଅନ୍ନଚଡୁ ପାଇବା ପାଇଁ ଯଜ୍ଞ ମଣ୍ଡପ ଠାରେ ଭିଡ ପରିଲକ୍ଷିତ ହୋଇଥିଲା । ଗ୍ରାମରେ ତିନିଦିନ ଧରି ଆମିଷ ନିଷେଧ ହେବା ସହ ସମସ୍ତଙ୍କ ଘର ଆଗରେ କଳସ ସ୍ଥାପନ ଓ ପ୍ରଦ୍ୱୀପ ପ୍ରଜ୍ଜଳନ କରାଯାଇଥିଲା । ମନ୍ଦିର ପ୍ରତିଷ୍ଠା ଯଜ୍ଞ କାର୍ଯ୍ୟରେ ପଣ୍ଡିତ ନୃସିଂହ ନନ୍ଦ, ଚିନ୍ତାମଣି ଦାଶ ଶର୍ମା, ଲକ୍ଷ୍ମୀକାନ୍ତ ନନ୍ଦ, ନାରାୟଣ ମହାପାତ୍ର ପ୍ରମୁଖ ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ । ଏଥିରେ କର୍ତ୍ତା ଭାବେ ସୁରେଶ ଚନ୍ଦ୍ର ଦାଶ, କର୍ତ୍ତୀ ମିନା କୁମାରୀ ଦାଶ ରହିଥିଲେ । ଗ୍ରାମବାସୀ ଓ ବାଦାନ୍ୟ ବ୍ୟକ୍ତି ମାନଙ୍କ ସହଯୋଗରେ ୩୦ ଫୁଟ ଉଚ୍ଚତାର ଏକ ମନୋହର ମନ୍ଦିର ନିର୍ମାଣ କରାଯାଇଛି । ଏହି ଅବସରରେ ମନ୍ଦିର ପାଶ୍ୱର୍ ଦେବଦେବୀ ମାନଙ୍କର ବିଗ୍ରହ ପ୍ରତିଷ୍ଠା କରାଯାଇ ସ୍ଥାପନ କରାଯାଇଥିଲା । ଗ୍ରାମର ଜମ୍ବେଶ୍ୱର ନାୟକ, ସୁବାଷ ଚନ୍ଦ୍ର ଦାଶ, କାହ୍ନୁ ଚରଣ ରଥ, ବିରଞ୍ଚି ନାରାୟଣ ମିଶ୍ର ଓ ଗ୍ରାମବାସୀଙ୍କ ତତ୍ୱାବଧାନରେ କାର୍ଯ୍ୟ କରାଯାଇଥିଲା । ରାତିରେ ସମୂହ ପ୍ରସାଦ ସେବନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି