ସଜଦୋଳ ବା ଡେଲାଙ୍ଗ ହାଟମେଳଣ ଅନୁଷ୍ଠିତ
ଡେଲାଙ୍ଗ ----- ଦୋଳପୂର୍ଣ୍ଣମି ଠାରୁ ଏହି ମେଳଣ ଆରମ୍ଭ ହୋଇଥିବାରୁ ଏହାକୁ ସଜଦୋଳ ମେଳଣ ବୋଲି କୁହାଯାଉଥିବା ବେଳେ ହରି ଓ ହର ଅର୍ଥାତ ମହାଦେବ ଓ ପତିତପାବନ ଠାକୁରଙ୍କର ହରିହର ଭେଟ ବା ମେଳଣ ହୋଇଥିବାରୁ ଏହାକୁ ହରିହର ମେଳଣ ବୋଲି କହିଥାନ୍ତି । ରାଜା ରାଜୁଡା ସମୟରେ ଏହି ମେଳଣ ଆରମ୍ଭ ହୋଇଥିଲା ବୋଲି ଶୁଣିବାକୁ ମିଳିଥାଏ । ସେ ସମୟରେ ବିଭିନ୍ନ ଗ୍ରାମ ମାନଙ୍କରେ ୧୦୯ ଠାକୁର ସ୍ଥାପନ କରିଥିଲେ । ଏହି ମେଳଣର ନିୟମ ଅଛି ଏଠାକୁ କୌଣସି ଘରୋଇ ଠାକୁର ମେଳଣକୁ ଆସି ପାରିବେ ନାହିଁ । ଏହି ମେଳଣକୁ ମାତ୍ର ରାଜାଙ୍କ ଦ୍ୱାରା ସ୍ଥାପିତ ଠାକୁର ମାନେ ମେଳଣରେ ଭାଗ ନେଇପାରିବେ ବୋଲି ପରମ୍ପରା ରହିଛି । ମାତ୍ର ସେଠାରେ ରାଜାଙ୍କର କଚୋରି ଥିଲା । ମେଳଣର ଦାୟତ୍ୱ ସେମାନେ ନୋଉଥିଲେ । ଏବେ ରାଜାରାଜୁଡାଶାସନ ନାହିଁ । ମେଳଣର ଖର୍ଚ୍ଚଭାର ଗ୍ରାମବାସୀ ଓ ଭକ୍ତ ମାନେ ଭରଣ କରିଥାନ୍ତି । ସେଠାରେ ଏକ ହାଟ ହୋଉଥିବାରୁ ଏହି ମେଳଣକୁ ହାଟମେଳଣ ବୋଲି କେତକ ଲୋକମାନେ କହନ୍ତି । ମେଳଣର ଥାନାପତି ହୋଉଛନ୍ତି ଡେଲାଙ୍ଗ ଗ୍ରାମର ବାବା ନୀଳକଣ୍ଠେଶ୍ୱର ଦେବ ଓ ଡେଲାଙ୍ଗ ହାଟ ଗ୍ରାମର ପତିତପାବନ ଏହି ଠାକୁର ଏକାଠି ହେବା ସମୟରେ ତାକୁ ହରିହର ଭେଟ ବୋଲି କୁହାଯାଏ । ବିଶେଷ କରି ପତିତପାବନ ଓ ନୀଳକଣ୍ଡେଶ୍ୱର ଦେବଙ୍କ ବିମାନ ଆସିବା ସମୟରେ ସଲଟନ ଆକର୍ଷଣ ସାଜିଥାଏ । ମେଳଣର ନିୟମ ଅନୁସାରେ ଏହି ଦୁଇ ଠାକୁରଙ୍କ ଭିତରୁ ଯିଏ ଆଗ ଆସିବ ସେ ଅନ୍ୟଜଣଙ୍କୁ ଅପେକ୍ଷା କରିବ । ଦୁଇ ଠାକୁରଙ୍କ ର ହରିହରଭେଟ ହେବା ପରେ ସେମାନେ ମେଳଣ ପଡିଆକୁ ପ୍ରବେଶ କରି ଆସନଗ୍ରହଣ କରିବା ପରେ ଅନ୍ୟ ଗ୍ରାମରୁ ଆସିଥିବା ଠାକୁରଙ୍କ ବିମାନ ମେଳଣ ପଡିଆରେ ପ୍ରବେଶ କରି ସେମାନଙ୍କ ପାଇଁ ଉଦ୍ଧିଷ୍ଟ ଯାଗାରେ ବସିଥାନ୍ତି । ଏହି ମେଳଣ ଦୁଇଦିନ ଧରି ଚାଲିଥାଏ । ଏହି ମେଳଣରେ ସବୁ ସଂପ୍ରଦାୟର ଲୋକମାନେ ଭାଗ ନେଉଥିବାରୁ ଏହାକୁ ଭାଇଚାରାର ମେଳଣ ବୋଲି କୁହାଯାଇଥାଏ । ଭକ୍ତ ମାନେ ଠାକୁରଙ୍କୁ ଦର୍ଶନ କରିବା ସହ ଠାକୁରଙ୍କୁ ଅଭିର ପକାଇ ସେମାନଙ୍କର ମନସ୍ଳାମାନ ପୂର୍ଣ୍ଣ କରିବା ପାଇଁ ଠାକୁରଙ୍କୁ ଜଣାଇଥାନ୍ତି ।ଶେଷ ଦିନରେ ମେଳଣ ପଡିଆରେ ଚିତାକର୍ଷକ ବାଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି