ବିଦେଶୀ ମଦ ଜବତ; ଦୁଇ ଗିରଫ
ସାକ୍ଷୀଗୋପାଳ--- ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ପୁରୀ ଏସପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳ ଉପରେ ଚଡାଉ ଜାରି ରହିଛି । ସତ୍ୟବାଦୀ ଥାନା ଅଧିକାରୀ ତପନ କୁମାର ରାଉତ ସୋମବାର ଦିନ ସଦଳବଳେ ଘାସିବଭାନିପୁର ଗ୍ରାମର ପ୍ରଫୁଲ କୁମାର ସାହୁଙ୍କ ଘର ଉପରେ ଚଡାଉ କରି ୬୨ଟି ବିଭିନ୍ନ ବ୍ୟାଣ୍ଡର ବିଦେଶୀ ମଦ ଜବତ କରିଛନ୍ତି । ସେହିପରି ବନପୁର ଗ୍ରାମର ବିକ୍ରମ ବେହେରାଙ୍କ ଘର ଉପରେ ଚଡାଉ କରି ୩୫ ବୋତଳ ବିଭିନ୍ନ ବ୍ୟାଣ୍ଡର ବିଦେଶୀ ମଦ ଜବତ କରିବା ସହ ଏହି ଦୁଇ ଜଣଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ଏମାନଙ୍କ ନାମରେ ୪୮ ଓ ୪୯/୧୯ରେ ଦୁଇଟି କେସରୁଜ କରି ମଙ୍ଗଳବାର ଦିନ ଏମାନଙ୍କୁ କୋର୍ଟକୁ ପଠାଯିବ ବୋଲି ଏସଡିପିଓ ଦେବଦତ୍ତ ବରାଳଙ୍କ ଠାରୁ ସୂଚନା ମିଳିଛି । ଆଗକୁ ନିଶା ବେପାରୀ ମାନଙ୍କ ଉପରେ ଅଧିକ ଚଡାଉ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି