Breaking News

ସମସ୍ୟା ଘେରରେ କନ୍ଧପଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ

ଅତାବିରା-- ବରଗଡ ଜିଲ୍ଲାଭେଡେନ ବ୍ଳକ ଅନ୍ତର୍ଗତ ଡାଲବ ଗ୍ରାମ ପଞ୍ଚାୟତ ବାନିପାଲି କନ୍ଧପଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ  । ଦୀର୍ଘଦିନ ହେବ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି ବିଦ୍ୟାଳୟଟି  । ଗ୍ରାମବାସୀ ଓ ଅବିଭାବକ ମାନେ ଅଭିଯୋଗ କରିଛନ୍ତି ମାତ୍ର କୌଣସି ସୁଫଳ ଆଜି ପର୍ଯ୍ୟନ୍ତ ମିଳିନାହିଁ ବୋଲି ଜଣାପଡିଛି । ବିଦ୍ୟାଳୟଟି ଗୋଡଉଗା- ଢ଼ୁରୁମ ରାସ୍ତାରେ ଅବସ୍ଥିତ  । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଲ ତାଙ୍କ ମନ ଇଛାରେ ବିଦ୍ୟାଳୟକୁ ଆସିଥାନ୍ତି । ତାହାପୁଣି ସମୟ ନାହିଁ  । କେତେବେଳେ ୧୧ଟା ତ କେେବେଳେ ୧୨ଟାରେ ବିଦ୍ୟାଳୟ ଆସିଥାନ୍ତି । ଏ ସମ୍ପର୍କରେ ତାଙ୍କୁ ପଚାରିଲେ ବ୍ଳକ ଶିକ୍ଷା ଅଧି୍କାରୀଙ୍କ ଅଫିସରେ କାମ ଥିଲା ସେଠାକୁ ଯାଇଥିଲି  । ବିଦ୍ୟାଳୟ ସଠିକ ସମୟରେ ନ ଖୋଲିବାରୁ ପିଲା ମାନେ ବିଦ୍ୟାଳୟକୁ ଆସିନଥାନ୍ତି । ଶିକ୍ଷକ ଆସିଲା ପରେ ଛାତ୍ର ଛାତ୍ରୀଙ୍କୁ ଡକାଇ ବିଦ୍ୟାଳୟ ହୋଇଥାଏ  । ଅନ୍ୟ ପକ୍ଷେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ଉନ୍ନତି ସହ ବିଦ୍ୟାଳୟକୁ ପ୍ରତିଦିନ ଛାତ୍ର ଛାତ୍ରୀଙ୍କ ଉପସ୍ଥାପନ ବଡିବା ନେଇ ମଧ୍ୟାହ୍ନ ଭୋଜନ, ପାଠ୍ୟ ପୁସ୍ତକ, ଡ୍ରେସ, ଜୋତା ଆଦି ଦେଉଛନ୍ତି । ସବୁ କରିବା ସତ୍ୱେବି ରାଜ୍ୟ ସରକାରଙ୍କ ଯୋଜନା ସବୁ ଫେଲ ମାରୁଛି । ଏଥିପାଇଁ କିଛି ଜଣ ଶିକ୍ଷକ ଶିକ୍ଷୟତ୍ରୀ ଦାୟୀ ବୋଲି ଅବିଭାବକ ଓ ବୁଦ୍ଧିଜିବୀ ମାନେ ମତ ପ୍ରକାଶ କରିଛନ୍ତି । ସୁଚନାଯୋଗ୍ୟ ଯେ ୧୩ ତାରିଖ ଦିନ ଉକ୍ତ ବିଦ୍ୟାଳୟଟି ୧୦.୩୫ରେ ବିଦ୍ୟାଳୟ ଖୋଲା ଯାଇଥିଲା । ଜଣେ ଶିକ୍ଷକ ଛୁଟିରେ ଥିବାରୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡେରିରେ ଆସିଥିବା ଜଣାପଡିଛି । ସେହିପରି ବିଦ୍ୟାଳୟରେ କେତେଜଣ ଛାତ୍ର ଛାତ୍ରୀ ଅଧ୍ୟୟନରତ ଅଛନ୍ତି ପଚାରିଲେ ସଠିକ ଉତ୍ତର  ଶିକ୍ଷକଙ୍କ ଠାରୁ ମିଳିନଥିଲା । ତେବେ ବିଦ୍ୟାଳୟ ଉପସ୍ଥାପନ ଖାତାରୁ ୧୦ ଜଣ ଛାତ୍ର ୧୨ ଜଣ ଛାତ୍ରୀ ରହିଥିବା ଜଣାପଡିଛି  । ମାତ୍ର ପକୃତ ପକ୍ଷେ ପ୍ରତିଦିନ ୮ରୁ ୧୦ ଜଣ ଛାତ୍ର ଛାତ୍ରୀ ଆସିଥାନ୍ତି ବୋଲି ଗ୍ରାମବାସୀ ମାନେ କହିଥାନ୍ତି । ବିଦ୍ୟାଳୟର ପରିସରଅଳିଆ ଅବଜନାରେ ପରିପୂର୍ଣ୍ଣ  । ସ୍କୁଳ ପାକରେ ବାହାଘର ଭୋଜି ଭାତ ହେଲେ ବିଦ୍ୟାଳୟ ଛୁଟି ହୋଇଯାଇଥାଏ  । ପଞ୍ଚାୟତରୁ ଆସିଥିବା ଡାରୋଇ ଶୌଚାଳୟ ଗୁଡିକ ବିଦ୍ୟାଳୟ ପରିସରରେ ତିଆରି କରାଯାଇଛି ।  ବିଦ୍ୟାଳୟ ପରିସରରେ ଥିବା ନଳକୂପଟି ସର୍ବସାଧାରଣ ହୋଇଛି ।  ପଡା ଗ୍ରାମବାସୀ ମାନେ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି ।  ନକଳୁପ ମୁଳ ସବୁ ସମୟରେ ସନ୍ତ ସନ୍ତିଆ ରହି ପୋଚାଗନ୍ଦଯୁକ୍ତ ହୋଇଛି । ବିଦ୍ୟାଳୟରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଅଧିକାଂଶ ସମୟ ଫୋନରେ କଥା ହେବାରେ ବ୍ୟସ୍ତ ରହିଥାନ୍ତି ବୋଲି  ଶିଶୁ ମାନେ କ÷ହିଥାନ୍ତି । ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ ଦଣ୍ଡ ଦେଇଥାନ୍ତି ବୋଲି ଅବିଭାବକ ମାନେ ଅଭିଯୋଗ ଆଣିଛନ୍ତି  ।  ବିଦ୍ୟାଳୟର ପାଚେରୀ ନଥିବାର ସର୍ବସାଧାରଣଙ୍କ ଯିବା ଆସିବା ବାଟ ହୋଇଛି । ବିଦ୍ୟାଳୟ ପାଇଁ ଯେଇଁ ଦୁଇଟି ଶ୍ରେଣୀଗୃହ ଅଛି ତାହା ପୁଣି ବିପଦପୂର୍ଣ୍ଣ  । ଛାତରୁ ଗୋଡିସିମେଣ୍ଟ ଖସି ରଡ ଦିଶୁଛି । ରୋଷୋଇ ଘର କବାଟ ନାହିଁ  । ଏ ସମ୍ପର୍କରେ ବିଦ୍ୟାଳୟର  ପରିଚାଳନା କମିଟି , ଅବିଭାବକ ଓ ପ୍ରଧାନ ଶିକ୍ଷକ  ବ୍ଳକ ଶିକ୍ଷା ଅଧିକାରୀ, ଡିପିସି ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କୌଣସୁ ସୁଫଳ ମିଳୁନାହିଁ ବୋଲି ଅଭିଯୋଗ ମାନ ହେଇଛି । ଉକ୍ତ ବିଦ୍ୟାଳୟକୁ ବିଇଓ ମଚିନ୍ଦ୍ର ମଲ୍ଳିକ ଆସିବାର ଥିଲେ ମଧ୍ୟ ସେ ଆସିନଥିଲେ କିମ୍ବା ଫୋନ ଉଠାଇନଥିଲେ  । ସେଠାକୁ ଆସିଲେ ଅବିଭାବକ ଓ ଗ୍ରାମବାସୀ ମାନଙ୍କୁ ସାମ୍ନା କରିବାକୁ ଡରିକି ବିଇଓ ସେଠାକୁ ଆସିନଥିଲେ  । ବିଦ୍ୟାଳୟର ସମସ୍ତ ଘଟଣା ସମ୍ପର୍କରେ ସେ ବହୁ ଆଗରୁ ଅବଗତ ଥିବାରୁ ଆସିନଥିଲେ ବୋଲି ଜଣାପଡିଛି । ସେଠାରେ ଉକ୍ତ କ୍ଳଷ୍ଟର ସିଆରସିସି ସୁଦାମ ଦାସ ଉପସ୍ଥିତ ରହିଥିଲେ ମଧ୍ୟ ବିଇଓ ସେଠାକୁ ନ ଆସି ଅନ୍ୟ ଜଣେ ସିଆରସିସି ଅନ୍ତର୍ଯ୍ୟାମୀ ଦୋରାଙ୍କୁ ପଠାଇଥିଲେ  । ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ପାଇଁ କରାଯାଇଥବା ଆଇନକୁ ବ୍ଳକ ଶିକ୍ଷା ଅଧିକାରୀ କହା ଇଙ୍ଗିତିରେ ଭାଙ୍ଗୁଛନ୍ତି ତାହା ଜିଲ୍ଲାପାଳ ନଜର ଦେବା ସହ ଶିକ୍ଷକ, ଶିକ୍ଷୟତ୍ରୀ ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା ସମ୍ପର୍କରେ ତଦନ୍ତ କରାଯାଇ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଓ ଅବିଭାବକ ମାନଙ୍କ ପକ୍ଷରୁ ଦାବୀ ହେଉଛି । ନଚେତ ଆଗାମୀ ଦିନରେ ଯେଇଁ ଆନ୍ଦୋଳନ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପର୍ଣ୍ଣ ଦାୟୀ ରହିବେ ବୋଲି ଅବିଭାବକ ମାନେ କହିଛନ୍ତି ।
ବରଗଡରୁ ନବୀନ ଦାଶ

Blog Archive

Popular Posts