Breaking News

ଓଡିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସାମ୍ଭାବ୍ୟ ପ୍ରାର୍ଥୀ ତାଲିକା ଘୋଷଣା ; ପୁରୀରୁ ମୋଦୀ ଓ କନ୍ଧମାଳରୁ ଧର୍ମେନ୍ଦ୍ର !

 ଭୁବନେଶ୍ୱର ---ଓଡିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ବେ ସରକାରୀ ଭାବେ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି । ମାତ୍ର ଦଳ ପକ୍ଷରୁ ଏହା ଆନୁଷ୍ଠାନିକ ଭାବେ ଘୋଷଣ କରାଯାଇ ନଥିଲେ ମଧ୍ୟ ଏକ ବିଶେଷ ସୁତ୍ରରୁ ଜଣାପଡିଛି । ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏବଂ କନ୍ଧମାଳରୁ ଧାର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବା ନେଇ ସ୍ଥିର କରାଯାଇଥିବା ଜଣାପଡିଛି ।  ସେହିପରି ଆସିକା ଲୋକସଭା ଆସନ ପାଇଁ ମହେଶ ଚନ୍ଦ୍ର ମହାନ୍ତି, କଳାହାଣ୍ଡି ଆସନରୁ ପ୍ରଦୀପ୍ତ କୁମାର ନାୟକ, ବାଲେଶ୍ୱରରୁ ପ୍ରତାପ ଚନ୍ଦ୍ର ଷଢଙ୍ଗୀ, କନ୍ଦମାଳରୁ ଧର୍ମେନ୍ଦ୍ର ପ୍ରଧାନ, ବରଗଡରୁ ସୁବାସ ଚୌହ୍ୱାନ, କେନ୍ଦ୍ରପଡାରୁ ବୈଜୟନ୍ତୀ ପଣ୍ଡା, ବ୍ରହ୍ମପୁରୁ ଲୋକସଭା ଆସନରୁ ସମ୍ବିତ ପାତ୍ର, କେନ୍ଦୁଝରରୁ ଅନନ୍ତ ନାୟକ, ଭଦ୍ରକରୁ ଶରତ ଦାସ, କୋରାପୁଟରୁ ଗିରିଧାରୀ ଗମାଙ୍ଗ, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ମୟୁରଭଞ୍ଜରୁ  ରଘୁନାଥ ମୁର୍ମୁ, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁରରୁ ପର୍ଶୁରାମ ମାଝୀ, କଟକରୁ ଗୋଲକ ମହାପାତ୍ର, ପୁରୀରୁ ନରେନ୍ଦ୍ର ମୋଦୀ, ସମ୍ବଲପୁରରୁ ସୁରେଶ ପୂଜାରୀ, ଜଗତସିଂହପୁରରୁ ଲକ୍ଷେଶ୍ୱରୀ ସାମନ୍ତସିଂହାର , ସୁନ୍ଦରଗଡରୁ ଜୁଏଲ ଓରାମ ଏବଂ ଯାଜପୁର ଲୋକସଭା ଆସନରୁ ଅମିୟକାନ୍ତ ମଲ୍ଲିକ ପ୍ରାର୍ଥୀ ହେବାର ସମ୍ବାବନା ରହିଛି  । ଆବଶ୍ୟକ ପଡିଲେ ପ୍ରାର୍ଥୀ ତାଲିକା ବଦଳିଯାଇ ପାରେ  ।
  ଧୀରେନ୍ଦ୍ର ସେନାପତି

Blog Archive

Popular Posts