Breaking News

ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ଚାରି ବଖରା ଘର ଜଳିଗଲା

ଡେଲାଙ୍ଗ --- ଡେଲାଙ୍ଗ ଥାନା ଅନ୍ତର୍ଗତ ଭଁସରପୁର ଗ୍ରାମରେ  ଅଗ୍ନିକାଣ୍ଡ ଘଟି ଦୁଇ ପରିବାର ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସେମାନେ ହେଲେ ଗନ୍ଦବରାଜ ବେହେରା, ରମେଶ ଚନ୍ଦ୍ର ସାହୁ  । ଖବର ପାଇ ଡେଲାଙ୍ଗରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ  । ଆରଆଇ ଦୀପ୍ତି ମହାପାତ୍ର ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ୮୦ ହଜାର ଟଙ୍କାର ସମ୍ପତି ନଷ୍ଟ ହୋଇଥବା ପ୍ରାଥମିକ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts