ପୂର୍ବ ସତ୍ୟବାଦୀର ପାଳପୋଛି ନାଳରେ ବେଆଇନ ଚେକଡ୍ୟାମ ନିର୍ମାଣକୁ ବିରୋଧକରି ଭୋଟ ବର୍ଜନ ପାଇଁ ନିସ୍ପତି
ସାକ୍ଷୀଗୋପାଳ --- ବଳଙ୍ଗାରୁ ବାହାରିଥିବା ନୁଆଗାଁ ରାଇଟ୍ଡ୍ରେନ ( ପାଳପୋଛି ନାଳ) ସଠିକ ଭାବେ ଖନନ ନ ହେବାରୁ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ବାରମ୍ବାର ଆନ୍ଦୋଳନ ସହିତ ବିକ୍ଷୋଭ ଓ ଅନଶନ ଜାରି ରହିଛି । କୃଷକ ମାନଙ୍କର ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ନଜରକୁ ନ ଦେଇ କେତେକ ନ୍ୟସ୍ତବାଦୀ ପ୍ରଶାସନିକ ଅଧିକାରୀଙ୍କ ଜିଦଖୋର ଓ ମନମୁଖୀ କାର୍ଯ୍ୟକ୍ରମ ଯୋଗଁ ଉକ୍ତ ନାଳରେ ଚେକଡ୍ୟାମ ନିର୍ମାଣ ଚାଲିଛି । ପୂର୍ବ ସତ୍ୟବାଦୀର କେତକୀପାଟରା, ବିଦ୍ୟାଧରପୁର, ବଳରାମପୁରଗଡ, ମହୁରା, ପରଜାପଡା ଓ ରାୟଖଣ୍ଡୀ ଗ୍ରାମ ପଞ୍ଚାୟତ ଅଧିବାସୀ ମାନେ ଭୋଟ ବର୍ଜନ ପାଇଁ ସ୍ଥାନୀୟ ଗବକୁଣ୍ଡ ଠାରେ ସାକ୍ଷୀଗୋପାଳ ନିୟନ୍ତ୍ରଣ ବଜାର ପ୍ରାଙ୍ଗଣରେ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଅନୁଷ୍ଠିତ ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି । ବଳଭଦ୍ର ବରାଳ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହା ସହିତ ସମସ୍ତ ରାଜନୈତିକ ଦଳର ନେତା ମାନଙ୍କୁ ବିରୋଧ କରିବା ପାଇଁ ଏହି ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ଉକ୍ତ ନାଳରେ ସଠିକ ଖନନ ନକରିବା ପରିବର୍ତ୍ତେ ବେଆଇନ ଭାବେଏକ ଚେକଡ୍ୟାମ ନିର୍ମାଣ କରାଯାଉଛି ବୋଲି ଯୋଗଦେଇଥବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଯାହା ଫଳରେକି ପ୍ରାୟ ୮ ଟି ପଞ୍ଚାୟତର ପ୍ରାୟ ୫୦ ହଜାର ଏକର ଚାଷ ଜମି ଜଳମଗ୍ନ ହେବ ବୋଲି ମହାସଂଘର ସଭାପତି ଗୋପିନାଥ ମିଶ୍ର ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନୀଳାଚଳ କୃଷମ ମହାସଂଘର ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର, କେତକୀ ପାଟଣା କୃଷକ ସଂଘର ସଭାପତି ପ୍ରତାପ ପାଇକରାୟ, ମହୁରା ସଭାପତି ପରୀକ୍ଷିତ ନାୟକ, ବଳରାମପୁର ଗଡ କୃଷକ ସଂଘର ସଭାପତି ପ୍ରଦୀପ୍ତ ରାଉତରାୟ, ପରଜାପଡା ପଞ୍ଚାୟତର କୃଷକ ସଭାପତି ରାମଚନ୍ଦ୍ର ସ୍ୱାଇଁ, ରାୟଖଣ୍ଡି ପଞ୍ଚାୟତର କୃଷକ ସଭାପତି ନଗେନ ବରାଳ, ବଂଶୀଧର ପରିଡା, ମାଦବ ବରାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି