ବରଗଡ ଜିଲ୍ଲାର ଭଟଲି ଓ ବରଗଡ ବିଧାନସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ
ବରଗଡ-- ବରଗଡ ଜିଲ୍ଲାର ଭଟଲି ବିଧାନସଭା ଓ ବରଗଡ ବିଧାନସଭା ଆସନ ପାଇଁ ବିଜେପିର ଦଳୀୟ ପ୍ରାର୍ଥୀ ସେମାନଙ୍କର କର୍ମୀ ଓ ବଜେପିର ହେବିୱଟେ ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସହ ଏକ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କ କାର୍ଯ୍ୟାଳୟ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଇରାଶିତ ଆଚାର୍ଯ୍ୟ ତାଙ୍କର ଇଷ୍ଟଦେବୀ ଦୁର୍ଗା ଓ କେଦାରନାଥ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ପଟୁଆରରେ ଶୋଭାଯାତ୍ରରେ ଆସିଥିଲେ । ଶୋଭାଯାତ୍ରାରେ କର୍ମୀ ମାନେ ବିଜେଡି ସରକାରଙ୍କ ବିରୋଧର ନାରାବାଜି ଦେବା ସହ ଆଗାମୀ ଦିନରେ ଲୋକଙ୍କର ଆଶ ଓ ଭରଷା ପୂର୍ଣ୍ଣ କରାଯିବା ସହ ପିସି ସମ୍ପର୍ଣ୍ଣ ବନ୍ଦ କରାଯିବ ବୋଲି ବିଜେପି ପ୍ରାର୍ଥୀ ମାନେ ପ୍ରତିଶ୍ରୁତି ଦେଇଥିବାର ଦେଖାଯାଇଥିଲା । ସେହିପରି ଅତାବିରା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ମିଲନ ସେଠ ଓ ବରଗଡ ବିଧାନସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ଅଶ୍ୱିନୀ ଷଡଙ୍ଗୀ ଏକସଙ୍ଗେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ