ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଘାସିଭବନୀପୁର ଗ୍ରାମରେ ଥିବା ଭଗବତ ବାସୁଦେବଙ୍କ ପୀଠରେ ତିନି ଦିନ ଧରି ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଅଧିବାସ , ଅଖଣ୍ଡ ନାମ ସଂକୀର୍ତ୍ତନ କରାଯାଇ ଶନିବାର ଦିନ ପୂର୍ଣ୍ଣାହୂତୀ ହୋଇଥିଲା । ଏହି ଅବସରରେ ନଗର ଭ୍ରମଣ କରାଯିବା ସହିତ ଯମୁନା ଗାଧୁଆ କରାଯାଇଥିଲା । ଅପରାହ୍ନରେ ସମୂହ ପ୍ରସାଦ ସେବନ କରିଥିଲେ । ତିନିଦିନ ଧରି ଗ୍ରାମରେ ଅଷ୍ଟପ୍ରହରୀ ପାଇଁ ଆମିଷ ନିଷେଧ ଓ ଘର ଆଗରେ ପୂର୍ଣ୍ଣକୁମ୍ଭ ଘଡି ଦୀପ ସ୍ଥାପନ କରାଯାଇଥିଲା । ଗ୍ରାମଟି ଉତ୍ସବ ମୁଖର ହୋଇପଡିଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି