ସତ୍ୟବାଦୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି; ବିଲ ନ ହେବା ଅଗାରୁ କାମ ଫାଟି ଯାଉଛି
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାରେ ସତ୍ୟବାଦୀ ବ୍ଳକ ସବୁ କ୍ଷେତ୍ରରେ ଆଗରେ ରହିଛି । କାମ ନ ହୋଇ ବିଲ, ବିଲ ନ ହୋଇ କାମ ଭାଙ୍ଗି ଗଲାଣି, କାମର ସୂଚନା ଫଳକ ମରାଯାଉନାହିଁ ସବୁ ଚାଲିଛି ବିଡିଓଙ୍କ ମର୍ଜିରେ ବୋଲି ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳୁଛି । । ଏ ସମ୍ପର୍କରେ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ ବୋଲି ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳୁଛି । ଜନସାଧାରଣ ଏବେ କାହାକୁ କହିବେ ଜାଣି ପାରୁନାହାନ୍ତି । ସତ୍ୟବାଦୀ ବ୍ଳକରେ ବିଭିନ୍ନ ୍ରଗାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯୋର ସୋର ଚାଲିଛି । ସେଥି ମଧ୍ୟରୁ ପୋଖରୀ ପାହଚ, ଲୁଗା ବଦଳାଇବା ପାଇଁ ଗୃହ ନିର୍ମାଣ,କୋଠଘର, କ୍ଳବ ଘର, ଗୋଡି ସିମେଣ୍ଟ ଡଳେଇ ରାସ୍ତା । ମାତ୍ର କେତେକ ଯାଗାରେ ବିଲ ନ ହେବା ଆଗରୁ ଏବେ କାମ ଗୁଡିକ ଫାଟି ଗଲାଣି । ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ ମାନେ କହନ୍ତି । ଅଭିଯୋଗ କଲେ କିଛି ଦିନ ପରେ ବିଲ ହୋଇଯାଇଛି । ସେହିପରି ବ୍ୟବହାର କରା ନ ଯାଉଥିବା ପୋଖରୀରେ ପାହଚ । ବ୍ଳକରୁ ବିଲ କରାଯାଉଛି । ସତ୍ୟବାଦୀ ବ୍ଳକରେ ଏକ ବର୍ଷ ମଧ୍ୟରେ ତିନି ତିନ ଜଣ ବିଡିଓଙ୍କ ବଦଳି । କେଉଁଠାରେ ପ୍ରକଳ୍ପର ସୁଚନା ଫଳକ ମରାଯାଉ ନାହିଁ । ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତୀ ଓ ବିଡିଓଙ୍କ ପାଖରେ ଅଭିଯୋଗ ହୋଇଥିବା ଜଣାପଡିଛି । ବିଭାଗୀୟ ଅଧିକାରୀ ମାନେ କିପରି ଏହି ପୋଖରୀ ପାହଚ ପାଇଁ ବିଲ କରିଛନ୍ତି ତାହା ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଜଣାପଡିବ ବୋଲି ସତ୍ୟବାଦୀର ବୁଦ୍ଧିଜିବୀ ମାନେ ଦାବୀ କରିଛନ୍ତି । ଏଣୁ ଜନସାଧାରଣରେ ଆଲେଚନା ହୋଉଛି ସତ୍ୟବାଦୀ ବ୍ଳକରେ ସବୁକିଛି ହୋଇ ପାରିବ । ଏହାକୁ ମଧ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଦେଖି ନ ଦେଖିଲାପରି ରହିଛନ୍ତି । ଚନ୍ଦନପୁର ବ୍ରାଞ୍ଚ କେନାଲରେ ଏବେ ବିଭିନ୍ନ ଗ୍ରାମ ମୁଣ୍ଡରେ ପାହାଚ ତିଆରି ହେଉଛି । ସେହପିର ଆନନ୍ଦପୁର ଗ୍ରାମ ଠାରେ ଭାର୍ଗବୀ ନଦୀକୁ ଯିବା ପାଇଁ ନୂତନ କରି ପାହଚ ନିର୍ମାଣ କରାଯାଇଛି । ପାହଚ ନିର୍ମାଣ ସରିବା ବେଳକୁ ଫାଟିକି ପାହଚ ଆଁ କରିଛି । ଏହି ପାହଚ ଗୋଟିଏ ଅସରା ବର୍ଷା ହେଲେ ନଦୀରେ ମିଶିଯିବ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ ମାନେ କହୁଛନ୍ତି ଫାଟରେ ସିମଣ୍ଟେ ପାଣି କରିକି ଦେଲେ ରହିଯିବ । ମାତ୍ର ଗ୍ରାମବାସୀ କହୁଛନ୍ତି ଏହା ସମ୍ବବପର ନୁହେଁ । ବର୍ଷା ଅସରାଏ ହେଲେ ତାହା ଧୋଇଯିବ । ଲାଭକିଛି ହେବ ନାହିଁ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣ ଦାବୀ କରିଛନ୍ତି ।
ସାଧୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାଧୀଗୋପାଳରୁ ଧୀରେନ୍ଦ୍ର ସେନାପତି