Breaking News

ତିନି ବର୍ଷ ବିତ୍ତିଗଲା ଅଙ୍ଗନୱାର୍ଡି କେନ୍ଦ୍ରର ଗୃହ କାର୍ଯ୍ୟ ସରି ପାରୁନାହିଁ ; ଜଣେ ଜଣଙ୍କୁ ଦୋଷ ଲଦୁଛି

 ଅତାବିରା--- ବରଗଡ ଜିଲ୍ଲାର ଅତାବିରା ବ୍ଳକ ଅନ୍ତର୍ଗତ ଜାଙ୍ଗେଡ ଭାଳୁପତ୍ରା ଅଙ୍ଗନୱାର୍ଡି କେନ୍ଦ୍ର ତିଆରି ଚାଲିଛି ଯେ ତିନି ବର୍ଷ ହୋଇଗଲା କାର୍ଯ୍ୟ ସରିପାରୁନାହିଁ  । ମହିଳା ଶିଶୁ ବିକାଶ ଯୋଜନାରୁ ୭ ଲକ୍ଷ ଟଙ୍କା ଉକ୍ତ କେନ୍ଦ୍ର ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ବ୍ଳକ ଜେଇ ରଞ୍ଜନ ନାୟକଙ୍କ ନାମରେ ଏହି କାର୍ଯ୍ୟଦେଶ ରହିଥିବା ବେଳେ ତାଙ୍କ ମନ ପସନ୍ଦରେ ସେ ଠିକାଦାର ନିଯୁକ୍ତି କରିଛନ୍ତି ଯାହାକି ସେମାନଙ୍କ ମଧ୍ୟରେ ଅର୍ଥକୁ ନେଇ ବିବାଦ ହେବାରୁ ଅଙ୍ଗନୱାର୍ଡି କେନ୍ଦ୍ର କାର୍ଯ୍ୟ ମନ୍ଥର ଭାବରେ ଗତି କରୁଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଗୃହର ଛାତ ପଡିଥିଲେ ମଧ୍ୟ ତଳ ଖାଲଖମା  । ଏବେ ଏହା ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏ ନେଇ ବ୍ଳକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପାଖରେ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ କହନ୍ତି । ତୁରନ୍ତ କାମ ଶେଷ କରିବା ପାଇଁ ଠିକାଦାରଙ୍କୁ କହିବାରୁ ଟଙ୍କା ମିଳୁନାହିଁ, ଅନ୍ୟପକ୍ଷେ ଫାଇଲି ହଜିଯାଇଛି ଏଣୁ ଅର୍ଥ ମିଳିବାରେ ଡେରି ହେଉଛି । ଅନ୍ୟ ପକ୍ଷେ ବିଭାଗୀୟ ଜେଇ କହନ୍ତି ଫାଇଲି ହଜିନାହିଁ ଠିକ ଭାବରେ ସେ ଅର୍ଥ ବ୍ଳକରୁ ନେଇଯାଉଛନ୍ତି ବୋଲି ଜେଇ ଶ୍ରୀ ନାୟକ କହନ୍ତି । ଠିକାଦାର ଗ୍ରାମବାସୀଙ୍କୁ ବିଭିନ୍ନ ଆଳ ଦେଖାଇ କାମ କରୁନାହିଁ ବୋଲି ଅଭିଯୋଗ ମାନ ହେଉଛି । ଯାହା ଫଳରେକି ଯେଉଁ କୋମଳମତି ପିଲାଙ୍କ ପାଇଁ ରାଜ୍ୟ ସରକାର ଏହି ଅର୍ଥ ମଞ୍ଜୁର କରିଥିଲେ ତାହା କେବଳ ବିଭାଗୀୟ ଜେଇ ଓ ଠିକାଦାରଙ୍କ କାର୍ଯ୍ୟରେ ହିଁ ଳାଗିଛି ବୋଲି ଗ୍ରାମବାସୀ ମାନେ କହନ୍ତି । ଏବେ ସେହି ପିଲା ମାନେ ପର ବାରଣ୍ଡାରେ ବସିକି ପାଠ ପଡୁଛନ୍ତି । ଖରା ବର୍ଷା ଦିନରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବିଭାଗୀୟ ଜେଇ ଓ ଠିକାଦାର ଦୁହିଁଙ୍କ ମଧ୍ୟରେ ଅର୍ଥକୁ ନେଇ କଳହ ଶେଷରେ ୩ ବର୍ଷ ହେଳା ଶୀକାର ହେଉଛନ୍ତି କୋମଳମତି ଶିଶୁ ମାନେ ବୋଲି ଗ୍ରାମବାସୀ ମାନେ କହନ୍ତି । ଏ ସମ୍ପର୍କରେ ବିଡିଓ ପ୍ରଣବ ଚାନ୍ଦଙ୍କୁ ପଚାରିବାରୁ ସେ କହନ୍ତି ମୁୃଁ ନୁଆ ଆସିଛି ବିଶେଷ କିଛି ଜାଣିନାହିଁ  । ତଥାପି ୧୫ ଦିନ ମଧ୍ୟରେ ଅଧାପଡିଥିବା ଅଙ୍ଗନୱାଡି କେନ୍ଦ୍ରକୁ ସମ୍ପର୍ଣ୍ଣ କରାଯିବ ବୋଲି କହିଥିଲେ  । ମାତ୍ର ମଞ୍ଜୁର କରାଯାଇଥିବା ୭ ଲକ୍ଷ ଟଙ୍କାରେ ବିଦ୍ୟୁତ କରଣ, ପାନୀୟ ଜଳ, ରୋଷୋଘର ଆଦି କାମ ଅନ୍ତଭୁର୍କ ଅଛିକି ନାହିଁ ଶ୍ରୀ ଚାନ୍ଦ କହି ପାରିନଥିଲେ  । ଦେଖାଯାଉ ବିଡିଓ ଗ୍ରାମବାସୀଙ୍କୁ ଦେଇଥବା ପ୍ରତିଶ୍ରୁତି ପାଳନ କରୁଛନ୍ତି ନା ଆଉ କିଛି ଆଳ ଦେକାଇ ଜେଇ ଓ ଠିକାଦାରଙ୍କ ସହ ହାତ ମିଳାଉଛନ୍ତି ତାହା ସମୟକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ ମାନେ ।
ବରଗଡରୁ ନବୀନ ଦାଶ

Blog Archive

Popular Posts