Breaking News

ଆରଡି ରାସ୍ତାରେ ଗାତ ଯାତଆତରେ ଗ୍ରାମବାସୀ ହିନସ୍ତା

ଅତାବିରା--  ବରଗଡ ଜିଲ୍ଲାର ଭେଡେନ ବ୍ଳକ ଅନ୍ତର୍ଗତ ଅର୍ଜୁଣ୍ଡା ଗ୍ରାମ ପଞ୍ଚାୟତର କଦଳିପାରି ଗ୍ରାମ ଆରଡି ରାସ୍ତାରେ ଗାତ ସୃଷ୍ଟି ହୋଇଛି । ଯାହାକି ଗ୍ରାମବାସୀ ମାନେ ଯିବା ଆସିବା କରିବାରେ ହିନସ୍ତା ଭୋଗୁଛନ୍ତି । ଗୋପବନ୍ଧୁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୫/୧୬ ଆର୍ଥିକ ବର୍ଷରେ ୧୨୫ ମିଟର ଲମ୍ବାର ଗୋଡି ସିମେଣ୍ଟ ଡଲେଇ ରାସ୍ତା ପାଇଁ ୩ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିଲା  ।  ମାତ୍ର ରାସ୍ତା କାମ ଅତି ନିମ୍ନ ମାନର କରାଯାଇଛି ବୋଲି ଗ୍ରାମବାସୀ ମାନେ ବିଭାଗୀୟ ଜେଇଙ୍କୁ ଅଭିଯୋଗ କରିଥିଲେ  । ମାତ୍ର ବିଭାଭୀୟ ଜେଇ ସେ ସମୟରେ କିଛି ଶୁଣିନଥିଲେ  । ମାତ୍ର ଅଳ୍ପଦିନ ପରେ ରାସ୍ତାରେ ଗାତ ସୃଷ୍ଟି ହେବା ସହ ବିଭିନ୍ନ ଯାଗାରେ ଗୋଡି ସିମେଣ୍ଟ ଛାଡି ଗଲାଣି । ଯାହାକି ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ବ୍ଳକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନକୁ ରାସ୍ତା ସମ୍ପର୍କରେ ଜଣାଇ ଦିଆଯାଇଥିବା ଗ୍ରାମବାସୀ ମାନେ କହନ୍ତି । ମାତ୍ର କେହି ଶୁଣୁନାହାନ୍ତି ବୋଲି ଗ୍ରାମବାସୀ ମାନେ କହନ୍ତି । ଏଣୁ ନିର୍ବାଚନ ଆଗରୁ ଯୁଦ୍ଧକାଳୀନ ମଧ୍ୟରେ ରାସ୍ତା କାମ କରାଯାଉ ନଚେତ ଆଗାମୀ ଦିନରେ ଭୋଟ ବର୍ଜନ କରିବା ପାଇଁ ଗ୍ରାମବାସୀ ନିସ୍ପତି ନେବେ ବୋଲି ଜଣାପଡିଛି  ।
ବରଗଡରୁ ନବୀନ ଦାଶ

Blog Archive

Popular Posts