ଜବର ଦଖଳକାରୀଙ୍କ କବାଜରେ ଅତାବିରା ଏନଏସି ; ଦେଖି ନ ଦେଖିଲା ପରି ଜିଲ୍ଲା ପ୍ରଶାସନ
ଅତାବିରା---- ଅତାବିରାରେ ଜାତୀୟ ରାଜପଥ ନିର୍ବାଣ କାରୀ ସଂସ୍ଥା ନିଜ ଇଛାରେ କାମ କରୁଥିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ଏହି ରାସ୍ତା କାମ ଯୋଗୁ ଛୋଟ ବଡ ଦୁର୍ଘଟଣା ମାନ ଘଟୁଥିବାର ଜଣାପଡିଛି । ଯାହା ଫଳରେକି ଜନ ଜୀବନ ହାନି ହେଉଛି । ବରଗଡ- ସମ୍ବଳପୁର ରାସ୍ତାକୁ ଏବେ ଜନସାଧାରଣ ମରଣଯନ୍ତା ବୋଲି ଆଖ୍ୟ ଦେଲେନି । ବାରମ୍ଭାର ଏ ଦିଗରେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଚୁପ ରହିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏବେ ତା ଠାରୁ ଅଧିକ ବଳେଇଛି ଏନଏସି । ଅତାବିରା ଏନଏସି ସ୍ଥିତଲାଦର ପାଲି ହାଇସ୍କୁଲ, ସେବାଶ୍ରମ ସ୍ୁଲ, ଅରବିନ୍ଦ ସ୍କୁଲ, ବୁଟୁବନ୍ଦ ପାଖ, ଅଗ୍ରସେନ ଭବନ, ଅତାବିରା ମହାବିଦ୍ୟାଳୟ, ଆରଏମ୍ ସି ମାର୍କେଟ, ଷ୍ଟେଟବ୍ୟାଙ୍କ, ବସଷ୍ଟାଣ୍ଡ, କୋଟ ପରିସର, ଥାନା ଆଗ. ଦୁର୍ଗା ମନ୍ଦିର ଆଦି ରାସ୍ତାର ଉଭୟ ପାଶ୍ୱର୍ରେ ସରକାରୀ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରହିଛି । ଜାତୀୟ ରାଜପଥରେ ଜନସାଧାରଣଙ୍କ ପାଇଁ ଥିବା ଉଦ୍ଦିଷ୍ଟ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଠ ରହିଛି । ଅନ୍ୟପକ୍ଷେ ରାଜପଥରେ ଥିବା ଡ୍ରେନେଜ ଉପରେ ଘର ତିଆରି କରିବା ଫଳରେ ସେହି ରାସ୍ତାରେ କଲେଜ, ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ , ବରିଷ୍ଠ ନାଗରିକଙ୍କ ସହିତ ଜନସାଧାରଣ ଯିବା ଆସିବାରେ ଘୋର ବ୍ୟାଘତ ସୃଷ୍ଟି ହେଉଛି । ରାସ୍ତାର ଅନେକ ଯାଗାରେ ବାଲି, ଇଟା, ଗୋଡି, ବାଉଁଶ ପ୍ରଭୃତି ଗଦା ହେବା ଦ୍ୱାରା ପ୍ରତିଦିନ ସେଠାରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ସେହିପରି ବର୍ଷା ପାଣି ଡ୍ରେନେଜ କାମ ସମ୍ପର୍ଣ୍ଣ ହୋଇ ପାରିନାହିଁ । ବର୍ଷା ହେଲେ ନାଳରେ ଥିବା ମଇଳା ରାସ୍ତା ଉପରେ ଭାସିବା ସହିତ ପାଖ ୱାର୍ଡରେ ଘର ମାନଙ୍କରେ ଲହଡି ଭାଙ୍ଗୁଛି । ଅନ୍ୟ ପକ୍ଷେ ଡ୍ରେନେଜ କାମ ସରିନଥିବା ବେଳେ କେତେକ ଯାଗାରେ ଡ୍ରେନେଜ ଉପରେ ପଡିଥିବା ସ୍କାପ ଗୁଡିକ ଭାଙ୍ଗିରୁଜି ଗଲାଣି । ଡ୍ରେନେଜ ଖୋଲା ଥିବାରୁ ରାତିରେ ଲୋକମାନେ ସେହି ନାଲରେ ପଡି ଆହତ ହେଉଛନ୍ତି । ଏଥିପ୍ରତି ଏନଏସି ନଜର ନଦେଇ ୨୦୧୮ ମସିହାର ରସିଦ ମାଧ୍ୟମରେ ରାସ୍ତା ଉପରେ ଜବର ଦଖଳ କରିଥିବା ବ୍ୟବସାୟୀ ମାନଙ୍କ ଠାରୁ ୫ରୁ ୧୦ ଟଙ୍କା ମହାସୁଲ ଆଦାୟ କରି ଚୁପ ରହିଛି । ଏଣୁ ଜବର ଦଖଲ କାରୀ ମାନଙ୍କୁ ଏନଏସି କତୃପକ୍ଷ ଜବର ଦଖଳ କରିବା ପାଇଁ ପ୍ରୋତ୍ସାହନ ଦେଉଥିବା ସାଧାରଣରେ ଆଲେଚନା ହେଉଛି । ଏନଏସି କତୃପକ୍ଷ ପନିପରିବା ଚାଷୀ ମାନଙ୍କ ପାଇଁ ନିଦ୍ଧିଷ୍ଟ ପରିବା ମାର୍କେଟ ନ କରି ରାସ୍ତା ଉପରେ ଜବର ଦଖଳ କରିବା ପାଇଁ ସିଧା ସଳଖ କହୁଥିବା ଚାଷୀ ମାନେ କହନ୍ତି । ପନିପରିବା କିଣିବା ପାଇଁ ଆଖ ପାଖ ଅଞ୍ଚଳର ଲୋକମାନେ ଆସିବା ସହ ରାସ୍ତା ଉପରେ ଗାଡି ମଟର ଓ ସାଇକେଲ ରଖିଥାନ୍ତି ।ଏହି ରାସ୍ତା ଉପରେ ପ୍ରତିଦିନ ଶହ ଶହ ଯାନବାହନ ଯିବା ଆସିବା କରିଥାଏ । ଯାହାକି ରାସ୍ତା ଟ୍ରାଫିକ ସମସ୍ୟା ଉପୁଜିଥାଏ । ଡ୍ରେନେଜ ଉପରେ ଦେକାନ ଘର କରିବା ଯୋଗୁ ବର୍ଷ ବର୍ଷ ଧରି ଡ୍ରେନେଜ ସଫା ସୁତରା ନ ହେବାରୁ ମଶା ମାନଙ୍କର ବଂଶ ବୃଦ୍ଧ ପାଇବାରେ ଲାଗିଛି । ଉକ୍ତ ଡ୍ରେନ ଯେଉଁ ପରି ଭାବରେ ତିଆରି କରାଯାଇଛି ଲୋକ ମାନଙ୍କ ଉପକାରରେ ନ ଆସି ଅପକାରରେ ଆସୁଛି ବୋଲି ଜନସାଧାରଣ କହିଛନ୍ତି । ଏହି ସମସ୍ୟାକୁ ନେଇ ଅନେକ ଥର ଦାବୀ ଓ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହା ମଧ୍ୟରେ ଏନଏସିକୁ ୭ ବର୍ଷ ପୁରିଗଲା ମାତ୍ର ସୁଧାର ହୋଇ ପାରିଲା ନାହିଁ । ତୁରନ୍ତ ଜିଲ୍ଲାପାଳ ନଜର ଦେବା ପାଇଁ ଜନସାଧାରଣରେ ଦାବୀ ହେଉଛି ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ