Breaking News

ରାଧା ବିନୋଦ ବିହାରୀ ଦେବଙ୍କ ପୀଠରେ ୪ର୍ଥ ବାର୍ଷିକ ଭାଗବତ ପାରାୟଣ

ସାକ୍ଷୀଗୋପାଳ --- ପୁରୀ ଜିଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ସ୍ଥିତ ଶ୍ରୀ ରାଧା ବିନୋଦ ବିହାରୀ ଦେବଙ୍କ ପୀଠରେ ୪ର୍ଥ ବାର୍ଷିକ ଶ୍ର୍ରୀମଦ ଭାଗବତ ପାରାୟଣ ଆରମ୍ଭ ହୋଇଛି  । ଉତ୍କଳମଣି ଭାଗବତ ପ୍ରଚାର ସମିତି - ଓଡ଼ିଶା ପକ୍ଷରୁ ପାରାୟଣ ପ୍ରବଚନ ଆୟୋଜନ କରାଯାଇଛି  । ସୋମବାର ଠାକୁରଙ୍କ ମନ୍ଦିର ପରିସରରେ କଳସ ସ୍ଥାପନା କରାଯାଇ ଅଧିବାସ ପୂଜାଅର୍ଚ୍ଚନା କରାଯାଇ ଥିଲା  । ଅନୁଷ୍ଠାନର ସଭାପତି ଶିକ୍ଷାବିତ ରାଧାକାନ୍ତ ଦାଶ କର୍ତ୍ତା ରହିଥିବା ବେଳେ ଶିକ୍ଷକ ମନୋରଞ୍ଜନ ମିଶ୍ର  , କାହ୍ନୁଚରଣ ଦାଶ  , ପଣ୍ଡିତ ଅରବିନ୍ଦ ପଣ୍ଡା,  ଲକ୍ଷ୍ମଣ ଦାଶ  ଅବସରପ୍ରାପ୍ତ ଶିକ୍ଷୟତ୍ରୀ ହରପ୍ରୀୟା ଦେବୀ ପ୍ରମୁଖ ପୁରାଣ ପାଠକ ଭାବେ ସଂକଳ୍ପ କରି ପାଠ କରୁଛନ୍ତି  । ପଇଲିଢିପ ସଂକୀର୍ତ୍ତନ ମଣ୍ଡଳୀ  ଓ ହରିସହଦେବ ସଂକିର୍ତ୍ତନ ମଣ୍ଡଳୀ ନାମ କିର୍ତ୍ତନ କରିଥିଲେ । ପ୍ରାକ୍ତନ ଷ୍ଟେଟ ବ୍ଯାଙ୍କ ଅଧିକାରୀ ବାସୁଦେବ ସାହୁ  , ରବୀନାରାୟଣ ମହାନ୍ତି, ଦେବେନ୍ଦ୍ର କୁମାର ନନ୍ଦ  , ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଉପେନ୍ଦ୍ର ମହାନ୍ତି  ଓ ପୂର୍ବତନ ଶିକ୍ଷା ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସିପ୍ରା ନାୟକ  ପ୍ରମୁଖ ଉପସ୍ଥିତ ରହିଥିଲେ । ରାତିରେ ପୁରୀ ଭାଗବତ ମଠର ମଠାଧୀଶ ବ୍ରଜ ବାବା ଭଗବାନ ଶ୍ରୀକୃଷ୍ଣ ଚରିତ ସଂପର୍କରେ ଦିକ୍ଷାନ୍ତ ପ୍ରବଚନ ପ୍ରଦାନ କରିଥିଲେ  । କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ସାମ୍ବାଦିକ ଧୀରେନ୍ଦ୍ର ଦାସ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୫/୨୦୨୫----୭,୩୫ Sakhigopal News,7/5/2025
,

Blog Archive

Popular Posts