Breaking News

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ଅତାବିରା---- ରାଜ୍ୟରେ ୫୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି କରି ନବୀନ  ପଟ୍ଟନାୟକ ସାଧାରଣ ଜନତାଙ୍କ ଅର୍ଥକୁ ତାଙ୍କ ବନ୍ଧୁ ମାନଙ୍କୁ ଦେଇଛନ୍ତି । ଚିଟିଫଣ୍ଡ ଦୁର୍ନୀତି ରେ ୫ହଜାର କୋଟି  ଟଙ୍କାର ଘୋଟାଲା ହୋଇଛି । ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଆସିଲେ ଏହି ମହା ଦୁର୍ନୀତିର ପର୍ଦ୍ଦାଫାସ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଜନସାଧାରଣଙ୍କୁ ଉଦବୋଦନ ଦେଇଛନ୍ତି ।  ।   ନିର୍ବାଚନ ଘୋଷଣା ହେବା ପରେ ପ୍ରଥମ ଓଡିଶା ଗସ୍ତରେ ଆସି ରାହୁଳଗାନ୍ଧୀ ବରଗଡ ଜିଲ୍ଲାର ସରସରା ପଡିଆରେ ସାଧାରଣ ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବଷିଛନ୍ତି । ଓଡିଶାକୁ କିଛି ବଛା ବଛା ଅଫିସର ମାନେ ଶାସନ କରୁଛନ୍ତି  । ଯାହାକି ରାଜ୍ୟରେ ଜନତାଙ୍କ ସ୍ୱର ଏ ସରକାରଙ୍କୁ ଶୁଭେନାହିଁ  । ଓଡିଶାରେ ନବୀନ ପଟ୍ଟନାୟକ ଶାସନ କରୁଥିବା ବେଳେ ରିର୍ମୋଟ ଧରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିଚାଳନା କରିଥାନ୍ତି ବୋଲି ଶ୍ରୀ ଗାନ୍ଧୀ କହିଥିଲେ  । ନବୀନ ସରକାର କୃଷି ଓ କୃଷକର ଉନ୍ନତି କଥା କହୁଥିବା ବେଳେ ଶୀତଳଭଣ୍ଡାର କୁଆଡେ ଗଲା  । ଆଦିବାସୀ ମହିଳାଙ୍କ ସ୍ୱାର ସରକାରଙ୍କ ପାଖେ ପହଞ୍ଚି ପାରେ ନାହିଁ  । ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ସରକାରୀ କର୍ମଚାରୀ ବିଭିନ୍ନ ପଦ ପଦବୀ ଖାଲି ପଡିଛି । ଶିକ୍ଷା, ସ୍ୱାସ୍ଥ୍ୟ ବିଭାଗରେ ଶହ ଶହ ପଦବୀ ଖାଲି ପଡିଛି । କଂଗ୍ରେସ ସରକାର ଆସିଲେ ଖାଲି ପଡିଥିବା ପଦବୀ ଗୁଡିକ ତୁରନ୍ତ ପୁରଣ କରାଯାଇ ରାଜ୍ୟରୁ ବେକାରୀ ସମସ୍ୟା ଦୂର କରାଯିବ ବୋଲି ରାହୁଳ ପ୍ରତିଶ୍ରୁତି ଦେଇଛନ୍ତି । ମୋଦି ସରକାରଙ୍କ ସମୟରେ ଜିଏସଟି ଓ ବିମୁଦ୍ରିକରଣ ଯୋଗିଁ ସାଧାରଣ ଜନତା ନାହିଁ ନ ଥିବା ଅସମୁଖୀନ ହୋଉଛନ୍ତି । କଂଗ୍ରେସ ସରକାର କେନ୍ଦ୍ରରେ ଆସିଲେ ସମସ୍ତଙ୍କ ପାଇଁ ଏକ କର ପ୍ରଚଳନ କରିବ । କଂଗ୍ରେସ ଯେଉଁ କଥା କହେ ବା କରିବା ପାଇଁ ପ୍ରତିଶ୍ରୁତି ଦିଏ ସରକାର ଆସିଲେ ତାହା ଅକ୍ଷର ଅକ୍ଷରରେ ପାଳନ କରିଥାଏ  । ତାର ଏକ ଜ୍ୱଳନ୍ତ ପ୍ରମାଣ ପାଖ ପଡୋଶୀ ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଆସିବା ପରେ ଜନସାଧାରଣଙ୍କୁ ଦିଆଯାଇଥବା ପ୍ରତିଶ୍ରୁତି ପାଳନ କରାଯାଇଛି ବୋଲି କଂଗ୍ରେସର ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପ୍ରକାଶ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ପିସିସି ସଭାପତି  ନିରଞ୍ଜନ ପଟ୍ଟନାକୟ, ଜୟଦେବ ଜେନା, ଶରତ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ପୂର୍ବତନ ବରଗଡ ବିଧାୟକ ସାଧୁ ନେପାକ, ପୂର୍ବତନ ଅତାବିରା ବିଧାୟକ, ନିହାର ରଞ୍ଜନ ମହାନନ୍ଦ, ହମ୍ମିଦ ହୁସେନ, ପ୍ରଫୁଲ ମାଝୀ, ସୁରେନ୍ଦ୍ର ସିଂ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ  ।
 ବରଗଡରୁ ନବୀନ କୁମାର ଦାଶ

Blog Archive

Popular Posts