Breaking News

ଲାଦରପାଲି ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ

ଅତାବିରା--- ଅତାବିରା ବ୍ଳକର ଲାଦର ପାଲିଠାରେ ଜୟନ୍ତ୍ରୀ ଯୁବକ ସଂଘ ପକ୍ଷରୁ  ରାମଚଣ୍ଡୀ ମନ୍ଦିର ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଡା. ଅଜିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ସଭାରେ ସ୍ନେହାଙ୍ଗୀନି ଛୁରିଆ ମୁକ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେନାଟ୍ୟକାର ବିଜୟ କୁମାର ପ୍ରଧାନ ଯୋଗଦେଇଥିଲେ  । ଅନୁଷ୍ଠାନର ବାର୍ଷିକ ବିରଣୀ ପାଠ କରିଥିଲେ  ପ୍ରମୋଦ କୁମାର ସାହୁ  । ଅଧ୍ୟାପକ ରମାକାନ୍ତ ତ୍ରିପାଠୀ ଓ ଗୋପେନ୍ଦ୍ର ବାରିକଙ୍କୁ ନାଟ୍ୟବନ୍ଧୁ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା  । ଆଜିର ଦିନରେ କିପରି ନାଟ୍ୟ ଅନୁଷ୍ଠାନ ଓ ନାଟ୍ୟ ସଂସ୍ଥା କିପରି  ବଞ୍ଚି ରହିବ ସେ ଦିଗରେ ଆଲେଚନା କରାଯାଇଥିଲା  ।  ଦୁତୀୟ ଅଧିବେଶନରେ ମୁକ୍ୟ ଅତିଥବ ଭାବେ ତପସ୍ୱିନୀ ଗୁରୁ ଯୋଗଦେଇ ନୂତନ ଯୁବ, ଯୁବତୀ ପୀଢ଼ି ଆଗେଇ ଆସିଲେ ନାଟ୍ୟ ବଞ୍ଚିରହିବ ବୋଲି ମତ ପ୍ରକାଶ କରିଥିଲେ  । ବିଜୟ ପ୍ରଧାନ, ଚିତ୍ତରଂଜନ ସରାଫ, ମନୋଜଭୋଇ, ଜିତୁ ବ୍ରଜ ବାହୁ,ବିକ୍ରମ ସାହୁ, ହର ପ୍ରସାଦ ନାୟକ, କିଶୋର ଦାଶ, ସ୍ୱାଗତମ ରଥ, ଅବିନାଶ ମହାପାତ୍ର, ସିମାଂସୁ ମହାନ୍ତି, ରିମା ଦାଶ, ସୋହେଲ କ୍ୟୁରେସି ଉପସ୍ଥିତ ରହି ନିଜ ନିଜର ମତ ୍ରପ୍ରକାଶ କରିଥିଲେ  । ମନୋଜ କୁମାର ଭୋଇଙ୍କ ଲିଖିତ ଓ ନିର୍ଦ୍ଦେଶନାରେ “ ରିକ୍ସାବାଲା ‘ନାଟକ ପରିବେଷଣ କରାଯାଇଥିଲା  । ନିର୍ମଳ ,ହେମନ୍ତ, ବିଜୟ, ନିଲାମ୍ବର, ଶଙ୍କର, ବଲ୍ଲବ ଶୁଭମ, ମନବୋଧ, ସାନନ୍ଦ ପ୍ରମୁଖ ନାଟକରେ ସୁନ୍ଦର ଅଭିନୟ  ପରିବେଷଣ କରିଥିଲେ  । 
ବରଗଡରୁ ନବୀନ ଦାଶ

Blog Archive

Popular Posts