ସାପ କାମୁଡି ଦେବାରୁ ହାତ ଆଙ୍ଗଠି କାଟିଦେଲେ ଯୁବକ
ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ମନୋରଞ୍ଜନ ପ୍ରଧାନ (୪୫) ନିଜ ବାରପଟ ପଡିଥିବା ଗଛର ଡାଳ ହାଣିବା ସମୟରେ ଏକ ବିଷଧର ନାଗସାପ ତାଙ୍କ ବାମ ହାତର କାଣି ଆଙ୍ଗୁଠିକୁ କାମୁଡି ଦେଇଥିଲା । ସାପଟିର ଦାନ୍ତ ତାଙ୍କ ହାତରରେ ଲାଗିକି ରହି ଯାଇଥିଲା । ଯାହାକି ସାପଟି ଦାନ୍ତ ବାହାର କରି ପାରିନଥିଲା । ଶ୍ରୀ ପ୍ରଧାନ ବାଧ୍ୟ ହୋଇ ସାପାଂରୁ ନିଜରକୁ ବଞ୍ଚାଇବାକୁ ଚେଷ୍ଟା କରି ନିଜର ଆଙ୍ଗୁଠିକି କଟୁରୀରେ ହାଣି ଦେଇଥିଲେ । ସାପଟି ପଳାଇବା ପରେ ସେ ଘର ଲୋକଙ୍କୁ ଡାକ ପକାଇଥିଲେ । ପରିବାର ଲୋକମାନେ ସବୁ ଜାଣିବା ପରେ ସଙ୍ଗେ ସଙ୍ଗେ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱ ୬ନଂ ମେଡିକାଲକୁ ପଠାଯାଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି