ପୁରୀ ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା; ୧୦ଲକ୍ଷ ଟଙ୍କାର ଅଫିମ ଜବତ
ପୁରୀ ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା; ୧୦ ଲକ୍ଷ ଟଙ୍କାର ଅଫିମ ଜବତ
ପୁରୀ ---- ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ପୁରୀ ଏସପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ପକ୍ଷରୁ ନିଶା ଚୋରା କାରବାର ଉପରେ ଚଡାଉ ଜାରି ରହିଛି । ସେହିପରି କୌଣସି ସୁତ୍ରରୁ ଖବର ପାଇ ଆଜି ପୁରୀ ଅବକାରୀ ବିଭାଗ ପକ୍ଷରୁ ସଦର ଥାନା କୋଇଲାଅଡା ଗ୍ରାମରୁ ସୁକାନ୍ତ ( ବାବୁଲି )କୁମାର ସାହୁ ( ୪୦) ଙ୍କ ଘର ଉପରେ ଚଡାଉ କରି ୧କେଜି ୪୦୦ ଗ୍ରାମ ଅଫିସ ଜବତ କରିବା ସହ ସୁକାନ୍ତଙ୍କୁ ଗିରଫ କରାଯାଇଛି । ଏହି ଅଫିମର ବଜାର ଦର ପ୍ରାୟ ୧୦ ଲକ୍ଷ ହେବ ବୋଲି ଅବକାରୀ ଥାନାର ଆଇଆଇସି ବିକାଶ କୁମାର ନାୟକଙ୍କ ଠାରୁ ପ୍ରକାଶ । ଏହି ଚଡାଉରେ ଏଏସଆଇ ବନ୍ଦନା ପଟ୍ଟନାୟକ, ସୁଶାନ୍ତ ମହାପାତ୍ରଙ୍କ ସହିତ ପ୍ରଦୀପ ପଣ୍ଡା ଓ ସନ୍ତୋଷ ନାୟକ ସଦଳବଳେ ଚଡାଉରେ ସାମିଲ ହୋଇଥିଲେ । ଆଗକୁ ଏହିପରି ଚଡାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଧୀରେନ୍ଦ୍ର ସେନାପତି
ଧୀରେନ୍ଦ୍ର ସେନାପତି