Breaking News

ଶେଷ ହେଲା ଘରେ ଘରେ ଶଙ୍ଖ କାର୍ଯ୍ୟକମ

ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୋଡିପୁଟ ମାଟିଆପଡା , ଅଭୟମୁଖୀ, ଶ୍ରୀପୁରୁଷୋତ୍ତମପୁର ଆଦି ଗ୍ରାମ ପଞ୍ଚାୟତରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆଜି ଉଦ୍ ଯାପିତ ହୋଇଯାଇଛି । ମହିଳା ମାନଙ୍କ ପାଇଁ ସମସ୍ତ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ କରି ବିଜେଡି ସରକାର ମହିଳା ମାନଙ୍କୁ ଆଗକୁ ନେବାରେ ସକ୍ଷମ ହୋଇଛି । ଗ୍ରାମ ମାନଙ୍କରେ ଥିବା ମହିଳା ମାନେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ସହ ପାଇଁ ମହିଳା ମାନେ ଆଗେଇ ଆସିବାକୁ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ବାଦିକା ବାସନ୍ତୀ ସାହୁ କହିଥିଲେ  । ଏହି କାର୍ଯ୍ୟକ୍ରମରେ ଦମୟନ୍ତୀ ନିଶଙ୍କ, ପ୍ରସନ୍ନ ପରିଡା, ବାଲୁଙ୍କେଶ୍ୱର ମହାପାତ୍ର ସରପଞ୍ଚ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  । ଉକ୍ତ ଫର୍ମରେ ଗ୍ରାମବାସୀଙ୍କ ମତାମତ ସଂଗ୍ରହ କରାଯାଇଥିଲା  । ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ସଭ୍ୟା ପ୍ରତିମା ମହାନ୍ତି, ବନିତା ଦାସ, ସ୍ୱର୍ଣ୍ଣମୟୀ ଜେନା, ରୁନା ନନ୍ଦ, ମିନାକ୍ଷୀ ପ୍ରଧାନ, ଅଭିଷ୍ପା ପିୟଦର୍ଶନୀ ପ୍ରମୁଖ କାର୍ଯ୍ୟକମକୁ ପରିଚାଳନା କରିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts