ବିଜେଡି ଦଳ ଆଜି ତାର ତୁତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ; ସତ୍ୟବାଦୀରୁ ଉମାକାନ୍ତ ସାମନ୍ତରାୟ
ସାକ୍ଷୀଗୋପାଳ----- ବିଜେଡି ଦଳର ତୁତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ପୁରୀ ଲୋକସଭା ପ୍ରାର୍ଥୀ ଭାବେ ପିନାକୀ ମିଶ୍ରଙ୍କ ନାମ ପ୍ରକାଶ ପାଇଛି । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସତ୍ୟବାଦୀ ବିଧାନସଭା ଆସନ ପାଇଁ ଉମାକାନ୍ତ ସମାନ୍ତରାୟଙ୍କ ନାମ ଘୋଷଣା କରାଯାଇଛି । ଏହି ଘୋଷଣା ହେବା ପରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେଡି ଦଳର କର୍ମୀ ମାନେ ବାଣ ଫୁଟାଇ ଖୁସି ମନାଇଥିବାର ଦେଖାଯାଇଥିଲା । ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ସତ୍ୟବାଦୀ ଅଞ୍ଚଳର ବିଜେଡି ଯୁବ ଓ ମହିଳା କର୍ମୀ ମାନେ ସ୍ୱାଗତ ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି